ଓଡିଶା

odisha

By

Published : Apr 6, 2022, 5:28 PM IST

ETV Bharat / state

ଧରାକୋଟରେ ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା, ୨ ମୃତ!

ଦଣ୍ଡଯାତ୍ରାରେ ପଣା ପିଇବା ପରେ ବ୍ୟାପିଲା ଡାଇରିଆ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାଖରକଟା ଗାଁରେ ଘରେ ଘରେ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ଧରାକୋଟରେ ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା, ୨ ମୃତ!
ଧରାକୋଟରେ ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା, ୨ ମୃତ!

ଭଞ୍ଜନଗର:ଦଣ୍ଡଯାତ୍ରାରେ ପଣା ପିଇବା ପରେ ବ୍ୟାପିଲା ଡାଇରିଆ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାଖରକଟା ଗାଁରେ ଘରେ ଘରେ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଗାଁରେ ତିନି ଦିନ ହେଲା ଡାଇରିଆରେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି ।

ଧରାକୋଟରେ ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା, ୨ ମୃତ!

ସେହିପରି ମୃତ୍ୟୁ ହୋଇଥିବା ୨ ଜଣ ହେଲେ ସନ୍ତୋଷ ଗୌଡ଼(୪୩) ଓ ବୁଦ୍ଧିଆ ଗୌଡ଼(୫୫) । ଏଥିସହ ଧରାକୋଟରୁ ଏକ ଡାକ୍ତରୀ ଟିମ ପହଞ୍ଚି ଏହାର ଅନୁଧ୍ଯାନ ଆରମ୍ଭ କରିଥିବାବେଳେ ଗାଁରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରି ଲୋକଙ୍କୁ ଚିକିତ୍ସା କରାଯାଉଛି । ଏହା ସହିତ ଗୁରୁତର ହୋଇ ପଡୁଥିବା ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଛି ।

ଅନ୍ୟପଟେ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଉ କିଛି ଲୋକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଡାଇରିଆ ବ୍ଯାପିବାର କାରଣ ଦଣ୍ଡ ଯାତ୍ରାରେ ପଣା ପିଇଥିବା ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details