ଓଡିଶା

odisha

ETV Bharat / state

ଲକଡାଉନରେ ବନ୍ଦ ହେବନି ଉନ୍ନୟନ କାର୍ଯ୍ୟ, ସୁପର ସ୍ପ୍ରେଡରଙ୍କ ପ୍ରତି କଡା ନଜର - ganjam dm

ଲକଡାଉନ ସମୟରେ ବନ୍ଦ ହେବ ନାହିଁ ଉନ୍ନୟନ କାର୍ଯ୍ୟ । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଲକଡାଉନ ବନ୍ଦ ହେବ ନାହିଁ ଉନ୍ନୟନ କାର୍ଯ୍ୟ , ସୁପର ସ୍ପେଡରଙ୍କ ପ୍ରତି  କଡା ନଜର
ଲକଡାଉନ ବନ୍ଦ ହେବ ନାହିଁ ଉନ୍ନୟନ କାର୍ଯ୍ୟ , ସୁପର ସ୍ପେଡରଙ୍କ ପ୍ରତି କଡା ନଜର

By

Published : May 14, 2021, 6:58 AM IST

ବ୍ରହ୍ମପୁର: ଲକଡାଉନ ସମୟରେ ବନ୍ଦ ହେବ ନାହିଁ ଉନ୍ନୟନ କାର୍ଯ୍ୟ । ଜ଼ିଲ୍ଲାରେ କରୋନା ସ୍ଥିତି ଯୋଗୁଁ ଲୋକଙ୍କ ଜୀବିକାକୁ ପ୍ରାଧାନ୍ୟ ଦେବା ଜରୁରୀ I ଏହି ଲକଡାଉନ ସମୟରେ ଜ଼ିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ପୂର୍ଵଭଳି ଚାଲୁ ରଖିବାକୁ ଗଞ୍ଜାମ ଜ଼ିଲ୍ଲାପାଳ ଆୟୋଜିତ କୋଭିଡ଼ ପରିଚାଳନା ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଲକଡାଉନ ବନ୍ଦ ହେବ ନାହିଁ ଉନ୍ନୟନ କାର୍ଯ୍ୟ , ସୁପର ସ୍ପେଡରଙ୍କ ପ୍ରତି କଡା ନଜର

ବୈଠକରେ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ ଯେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ତାଙ୍କ ଘରକୁ ଚାଉଳ ଯୋଗାଇବା ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ l ଲକଡାଉନ ସମୟରେ ସହରାଞ୍ଚଳ ଗୁଡିକର ପଶୁ ମାନଙ୍କୁ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଇବେ l ରାଜସ୍ବ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ସେବା ବ୍ୟବସ୍ଥା ସକାଶେ ତହସିଲ ଦ୍ବାରା ରାଜସ୍ବ ରଥ ଜରିଆରେ ଲୋକଙ୍କ ନିକଟରେ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ l ରାତ୍ରକାଳୀନ ସଫେଇ, ବୃକ୍ଷ ରୋପଣ କାର୍ଯ୍ୟ ତ୍ବାରାନ୍ବିତ କରୁବା ସହିତ ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ଗୋଷ୍ଠୀଙ୍କୁ ସାମିଲ କରି କୋରୋନା କାର୍ଯ୍ୟ ପରିଚାଳନା କରାଯାଇ ସମସ୍ତ ଅଞ୍ଚଳ ଗ୍ରୀନ ଜୋନ କରିବା ପାଇଁ ପ୍ରୟାସ ଜାରି ରଖନ୍ତୁ l ସମସ୍ତ ଗ୍ରୀନ ଜୋନ ଗୁଡିକ ଗ୍ରୀନ ଜୋନ ହୋଇ ରହିବ ଏବଂ ରେଡ ଜୋନ ଅଞ୍ଚଳକୁ ଗ୍ରୀନ ଜୋନ ପରିଣତ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ଅଧିକାରୀ ମାନଙ୍କୁ ଜଣାଇଥିଲେ l

ଲକଡାଉନ ବନ୍ଦ ହେବ ନାହିଁ ଉନ୍ନୟନ କାର୍ଯ୍ୟ , ସୁପର ସ୍ପେଡରଙ୍କ ପ୍ରତି କଡା ନଜର ଲକଡାଉନ ବନ୍ଦ ହେବ ନାହିଁ ଉନ୍ନୟନ କାର୍ଯ୍ୟ , ସୁପର ସ୍ପେଡରଙ୍କ ପ୍ରତି କଡା ନଜର

ଗ୍ରାମାଞ୍ଚଳ ଗୁଡିକରେ ସୁପର ସ୍ପ୍ରେଡ଼ର ମାନଙ୍କ ପ୍ରତି କଡା ନଜର ରଖନ୍ତୁ ଏବଂ ସେମାନଙ୍କ ପ୍ରତି କୋଭିଡ ନିୟମ ଉଲଙ୍ଘନ ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ I ଗରୀବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରନ୍ତୁ l କୋଭିଡ୍ କମିଟି ବୈଠକ କରିବା ଦ୍ୱାରା ଗ୍ରାମାଞ୍ଚଳର ସମସ୍ତ ଅସୁବିଧା ଗୁଡିକ ସହଜରେ ସମାଧାନ ହୋଇପାରିବ । ଏଣୁ ବୈଠକ ସକାଶେ ଗୁରୁତ୍ୱ ଦିଅନ୍ତୁ l ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ନିହାତି ଭାବରେ 10 ଗୋଟି ଶଯ୍ୟାରେ ଅକ୍ସିଜେନ ସୁବିଧା ଥାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ l ତେବେ ଯାଇ ଲୋକେ ସାମାନ୍ୟ ଅସୁସ୍ଥତାର ଚିକିତ୍ସା ସକାଶେ ବ୍ରହ୍ମପୁର ଏମକେସିଜିକୁ ଯିବେ ନାହିଁ l ଅତି ଆବଶ୍ୟକ ହେଲେ ସଂକ୍ରମିତ ଲୋକଙ୍କୁ ଡାକ୍ତର ରେଫର କଲେ ଯାଇ ଏମ.କେ.ସି.ଜି କୁ ଉଚ୍ଚ ଚିକିତ୍ସା ନିମନ୍ତେ ଆସିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ l

ବ୍ରହ୍ମପୁର ଏମକେସିଜିର ଡାକ୍ତରଗଣଙ୍କୁ ନେଇ ଚିକିତ୍ସା ପଦ୍ଧତିକୁ ମାର୍ଜିତ କରିବା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଗଠିତ କମିଟି ବୈଠକ ଦ୍ୱାରା ଆଲୋଚନା କରିବାକୁ ଜଣାଇଥିଲେ l ବ୍ରହ୍ମପୁର ସହରରେ ଟୀକାକାରଣ କାର୍ଯ୍ୟକ୍ରମର ବ୍ୟବସ୍ଥା ଉତ୍ତମ ମାନର ହୋଇଥିବା ଯୋଗୁଁ ମହାନଗର ନିଗମକୁ ଜନ ସାଧାରଣଙ୍କ ଦ୍ବାରା ପ୍ରଶଂସା କରାଯାଉଥିବା ଜିଲ୍ଲାପାଳ ଅବଗତ କରାଇଥିଲେ l ଆର.ଆର.ଟି ଟିମ ର ସଭ୍ୟ ଓ ସଭ୍ୟାଗଣ ଠିକ କାର୍ଯ୍ୟ କରି ଲୋକଙ୍କୁ ସଚେତନ କରାଇଲେ ଅନେକ ସମସ୍ୟାର ସମାଧାନ ପ୍ରାଥମିକ ସ୍ତରରେ ହୋଇଯିବ l ଏଣୁ ସେହି ଦିଗ ପ୍ରତି ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ l ମନ୍ଦିର ଗୁଡିକ ଖୋଲାଯାଉଥିବା ନଜରକୁ ଆସିଲେ ଉକ୍ତ ମନ୍ଦିର ଗୁଡିକୁ ଲକଡାଉନ ଶେଷ ହେବା ପର୍ଯ୍ୟନ୍ତ ସିଲ କରିଦିଆଯିବ l ସ୍ଵାସ୍ଥ୍ୟ ଗତ ସମସ୍ୟା, ତାର ଆଶୁ ଚିକିତ୍ସା ଏବଂ ଟୀକାକାରଣ କାର୍ଯ୍ୟ ସୁପରିଚାଳନା ଦିଗରେ ଗୁରୁତ୍ବ ଦେବାକୁ ସମସ୍ତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ lଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ ସିଦ୍ଧଶ୍ବର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାଶନ,ଡୁଡା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଓ ଲିନା କୁମାରୀ ଖେସ, ବ୍ରହ୍ମପୁର ଉନ୍ନୟନ ସଚିବ ସମ୍ବିତ ରାଉତ, ଜାତୀୟ ସ୍ବାସ୍ଥ୍ୟ ମିଶନ ଜ଼ିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details