ଓଡିଶା

odisha

ETV Bharat / state

ଦେଶୀୟ ଜ୍ଞାନରେ ଦେଶୀ ଭେଣ୍ଟିଲେଟର, ନିର୍ମାଣ କଲେ ବି-ଟେକ ଛାତ୍ର - ଦେଶୀୟ ଜ୍ଞାନ

ଲକ ଡାଉନ ସମୟରେ ସମ୍ପୂର୍ଣ୍ଣ ଦେଶୀୟ ଜ୍ଞାନ କୌଶଳରେ ଭେଣ୍ଟିଲିଟର ତିଆରି କରିଛନ୍ତି ବିଟେକ ତୃତୀୟ ବର୍ଷରେ ପଢ଼ୁଥିବା ଆଇଟି ଛାତ୍ର। କୋରୋନା ମହାମାରୀ ସମୟରେ ରୋଗୀଙ୍କ ଯେଭଳି ଅକ୍ସିଜେନ ଅଭାବରୁ ମୃତ୍ୟୁ ନହେବ ତାହାକୁ ଦୃଷ୍ଟିରେ ରଖି ସେ ନିର୍ମାଣ କରିଥିବା କହିଛନ୍ତି । ଅଧିକ ପଢନ୍ତୁ...

ଦେଶୀୟ ଜ୍ଞାନରେ ଦେଶୀ ଭେଣ୍ଟିଲେଟର, ନିର୍ମାଣ କଲେ ବି-ଟେକ ଛାତ୍ର
ଦେଶୀୟ ଜ୍ଞାନରେ ଦେଶୀ ଭେଣ୍ଟିଲେଟର, ନିର୍ମାଣ କଲେ ବି-ଟେକ ଛାତ୍ର

By

Published : Sep 21, 2020, 9:41 PM IST

ଭଞ୍ଜନଗର: ଲକଡାଉନ ସମୟରେ ସମ୍ପୂର୍ଣ୍ଣ ଦେଶୀୟ ଜ୍ଞାନ କୌଶଳରେ ଭେଣ୍ଟିଲେଟର ତିଆରି କରିଛନ୍ତି ବିଟେକ ତୃତୀୟ ବର୍ଷରେ ପଢ଼ୁଥିବା ଆଇଟି ଛାତ୍ର। କୋରୋନା ମହାମାରୀ ସମୟରେ ରୋଗୀଙ୍କ ଯେଭଳି ଅକ୍ସିଜେନ ଅଭାବରୁ ମୃତ୍ୟୁ ନହେବ ତାହାକୁ ଦୃଷ୍ଟିରେ ରଖି କରାଯାଇଛି। ସେ ପ୍ରସ୍ତୁତ କରିଥିବା ଭେଣ୍ଟିଲେଟରଟି ରୋଗୀକୁ ଜରୁରୀ ପରିସ୍ଥିତିରେ ସୁବିଧାରେ ଅକ୍ସିଜେନ ଯୋଗାଇ ଦେଇପାରିବ। ତାହା ସହିତ ସ୍ୱଳ୍ପ ଖର୍ଚ୍ଚରେ ମଧ୍ୟ ବଜାରରେ ଉପଲବ୍ଧ ହୋଇପାରିବ। ଜଣେ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀ ଏହାକୁ ଘରେ ରଖି ବ୍ୟବହାର କରି ପାରିବେ ବୋଲି କହିଛନ୍ତି ନିର୍ମାତା ।

ଦେଶୀୟ ଜ୍ଞାନରେ ଦେଶୀ ଭେଣ୍ଟିଲେଟର, ନିର୍ମାଣ କଲେ ବି-ଟେକ ଛାତ୍ର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଟେକ ଛାତ୍ର ଅନନ୍ୟ ଅପ୍ରମ୍ୟ । ଭୁବନେଶ୍ୱରରେ ରହି ଇଞ୍ଜିନିୟରିଂ କରୁଛନ୍ତି। ଲକ୍ ଡାଉନ ପରଠାରୁ କଲେଜ ବନ୍ଦ ହେବା ପରେ ସେ ନିଜ ଘରେ ରହୁଛନ୍ତି । ବାପାଙ୍କ କଥାରେ ଅନୁପ୍ରାଣିତ ହୋଇ କୋରୋନା ସମୟରେ ରୋଗୀଙ୍କ ପାଇଁ କିଛି କରିବାର ଜିଜ୍ଞାସା ମନରେ ଆସିଥିଲା। ନିଜ ଅଧ୍ୟାପକଙ୍କ ପରାମର୍ଶ କ୍ରମେ ଆଠ ଜଣ ସାଙ୍ଗକୁ ନେଇ ଏକ ଟିମ ହୋଇଥିଲା । ଭେଣ୍ଟିଲିଟରଟିକୁ ପ୍ରସ୍ତୁତ କରିବା ପାଇଁ ପୁରାଟିମ ପ୍ରୟାସ ଆରମ୍ଭ କରିଥିଲା। ଅକ୍ସିଜେନ ହୁଡ଼, ରିଂ ସେଟ, ନେକ ସିଲ, ବ୍ୟାକ୍ଟେରିଆଲ ଫିଲଟର, ପୀପ ଭଲବ, ଥ୍ରୀ ୱେ କନେକ୍ଟର, ଟବିଙ୍ଗ ସର୍କିଟ, ଆମ୍ବୁବେଗ ସଂଗ୍ରହ କରିବାକୁ ପଡିଥିଲା। ଏହି ସବୁ ସାମଗ୍ରୀରେ ପ୍ରସ୍ତୁତ ହୋଇଛି ପୁରା ସ୍ବଦେଶୀ ଭେଣ୍ଟିଲେଟର। ଏହି ଭେଣ୍ଟିଲେଟରର ନାମ ଦେଇଛନ୍ତି ସ୍ୱାସ୍ନର। ଏହାକୁ ଅମ୍ଳଜାନ ସିଲିଣ୍ଡର ରଖିଥିବା ରୋଗୀ ଏବଂ ଯେଉଁମାନଙ୍କ ପାଖରେ ସିଲିଣ୍ଡର ନାହିଁ ସେମାନେ ମଧ୍ୟ ଆମ୍ବୁବେଗକୁ ହାତରେ ପମ୍ପିଂ କରି ବ୍ୟବହାର କରିପାରିବେ।

ଶ୍ବାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭଵ କରୁଥିବା ରୋଗୀଙ୍କ ପାଇଁ ଏହା ବେଶ ଫଳପ୍ରଦ ହୋଇପାରିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାରା ଭାରତ ବନ୍ଦ ଥିବା ସମୟରେ ସମସ୍ତ ଭେଣ୍ଟିଲିଟର ସାମଗ୍ରୀକୁ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି।ପୁରା ଡିଭାଇସ ବନେଇବା ପାଇଁ ଚାରିମାସ ସମୟ ଲାଗିଥିବା କହିଛନ୍ତି ଅନନ୍ୟ। ପିଲାଟି ବେଳୁ ଅନନ୍ୟ ରିସର୍ଚ୍ଚ କରିବାରେ ଆଗ୍ରହ ଥିଲା । ସବୁଠାରୁ ଭଲ ସଫଳତାରେ ପହଁଚିଛି ଯାହାକି କୋରୋନାରେ ସମୟରେ ଲୋକଙ୍କ ଉପକାରରେ ଆସିପାରିବ। ପ୍ରତେକ ବାପା ମା ଚାହାନ୍ତି ପିଲାଙ୍କ ସଫଳତାରେ ଗର୍ବ ଅନୁଭବ କରିବା ପାଇଁ ଏବଂ ପିଲାଙ୍କ ପରିଚିତରେ ନିଜେ ପରିଚିତ ହେବା ପାଇଁ। ଭେଣ୍ଟିଲିଟରଟି ଉଦ୍ଭାବନ କରିଥିବା ଯୋଗୁଁ ବାପା ମା ଙ୍କ ପାଇଁ ଗର୍ବିତ ମନେ କରୁଛୁ। କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଏହା ନୂତନ ଆଶା ଜାଗ୍ରତ କରିଛି।


ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details