ଓଡିଶା

odisha

By

Published : Nov 18, 2022, 9:13 AM IST

Updated : Nov 18, 2022, 2:11 PM IST

ETV Bharat / state

୧୬୦ ଜନଜାତିକୁ ମିଳୁନି ସରକାରୀ ସ୍ୱୀକୃତି, କେନ୍ଦ୍ର ନିକଟରେ ମାନବାଧିକାର କର୍ମୀଙ୍କ ଅଭିଯୋଗ

୧୬୦ଟି ଜନଜାତିକୁ ମିଳୁନି ସରକାରୀ ସ୍ୱୀକୃତି । ଏନେଇ କେନ୍ଦ୍ର ସରକାର ଓ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ କଲେ ବ୍ରହ୍ମପୁର ମାନବାଧିକାର କର୍ମୀ । ଅଧିକ ପଢନ୍ତୁ

୧୬୦ ଜନଜାତିକୁ ମିଳୁନି ସରକାରୀ ସ୍ୱୀକୃତି, କେନ୍ଦ୍ର ନିକଟରେ ମାନବାଧିକାର କର୍ମୀଙ୍କ ଅଭିଯୋଗ
୧୬୦ ଜନଜାତିକୁ ମିଳୁନି ସରକାରୀ ସ୍ୱୀକୃତି, କେନ୍ଦ୍ର ନିକଟରେ ମାନବାଧିକାର କର୍ମୀଙ୍କ ଅଭିଯୋଗ

ବ୍ରହ୍ମପୁର:କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟରେ ୧୬୦ଟି ଅନୁସୂଚିତ ଜାତି ଓ ଜନଜାତି ଗୋଷ୍ଠୀକୁ ଦେଶରେ ମିଳିପାରୁ ନାହିଁ ସରକାରୀ ସ୍ୱୀକୃତି । ଏପରିକି ଆମ ରାଜ୍ୟରେ ରହିଥିବା ଏହି ବର୍ଗକୁ ଜନଜାତି ତାଲିକାରେ ସ୍ଥାନ ଦେବାକୁ ଗତ କିଛିବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରାଯାଉଛି । ହେଲେ ଅଦ୍ୟାବିଧି କେନ୍ଦ୍ର କ୍ୟାବିନେଟରେ ଓଡିଶା ପ୍ରସ୍ତାବକୁ ଗୃହୀତ କରାଯାଇ ନାହିଁ । ଯାହାକି ଓଡିଶାର ଜନଜାତି ସାମ୍ୱିଧାନିକ ଧାରା ୨୧ରେ ରହିଥିବା ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଥିବା ଦର୍ଶାଇ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ କରିଛନ୍ତି ବ୍ରହ୍ମପୁର ମାନବାଧିକାର କର୍ମୀ ରବୀନ୍ଦ୍ର କୁମାର ମିଶ୍ର ।

୧୬୦ ଜନଜାତିକୁ ମିଳୁନି ସରକାରୀ ସ୍ୱୀକୃତି
୧୬୦ ଜନଜାତିକୁ ମିଳୁନି ସରକାରୀ ସ୍ୱୀକୃତି
୧୬୦ ଜନଜାତିକୁ ମିଳୁନି ସରକାରୀ ସ୍ୱୀକୃତି
୧୬୦ ଜନଜାତିକୁ ମିଳୁନି ସରକାରୀ ସ୍ୱୀକୃତି, କେନ୍ଦ୍ର ନିକଟରେ ମାନବାଧିକାର କର୍ମୀଙ୍କ ଅଭିଯୋଗ

ଯୋଡଆ, ସଅର, କୁଡୁମୀ, କୁଲି ଭଳି ଏସବୁ ଜନଜାତିକୁ ଆଦିବାସୀ ଗୋଷ୍ଠୀରେ ମିଶାଇବାକୁ ୧୯୭୮ରୁ ପ୍ରୟାସ ଜାରି ରହିଛି । ହେଲେ ଏଯାଏଁ କୌଣସି ସଫଳତା ମିଳିପାରି ନଥିବା ନେଇ ମାନବାଧିକାର କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ୧୬୦ ଗୋଷ୍ଠୀର ଜନସଂଖ୍ୟା ପାଖାପାଖି ୫୦ ଲକ୍ଷ ବୋଲି ସେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Nov 18, 2022, 2:11 PM IST

ABOUT THE AUTHOR

...view details