ଗଞ୍ଜାମ:ରାଜ୍ୟରେ ସ୍ବାସ୍ଥ୍ୟସେବା ପାଇଁ ମାଳମାଳ ଯୋଜନା କରି ବାଃବାଃ ନେଉଛନ୍ତି ସରକାର। ହେଲେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ପୁଣି ସାମ୍ନାକୁ ଆସିଛି ଟର୍ଚ୍ଚ ଲାଇଟ ଓ ମହମବତୀରେ ମହିଳାଙ୍କ ପ୍ରସବ ବେଳର ଦୃଶ୍ୟ । ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି ।
ସରକାରୀ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର, ମୋବାଇଲ ଲାଇଟରେ ହେଉଛି ପ୍ରସବ - ଅବହେଳିତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଆସିଲା ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଟର୍ଚ୍ଚ ଲାଇଟରେ ରୋଗୀସେବାର ଭିଡିଓ ଭାଇରାଲ । ମୋବାଇଲ ଲାଇଟରେ ହେଉଛି ଗର୍ଭବତୀଙ୍କ ପ୍ରସବ । ଅଧିକ ପଢ଼ନ୍ତୁ
ସ୍ବାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ଚାଲିଗଲେ ମୋବାଇଲ ଲାଇଟରେ ରୋଗୀ ସେବା ଚାଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି (ରବିବାର) ସନ୍ଧ୍ୟାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯିବା ଯୋଗୁଁ ମୋବାଇଲ ଲାଇଟ ଓ ମହମବତୀ ଆଲୁଅରେ ମହିଳାଙ୍କ ପ୍ରସବ କରାଯାଇଥିଲା। ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ୍ବାର୍ଡର ଏଭଳି କିଛି ଭିଡିଓ ଉତ୍ତୋଳନ କରି ରୋଗୀଙ୍କ ସଂପର୍କୀୟ ଭାଇରାଲ କରିଥିଲେ। ଏବଂ ସ୍ବାସ୍ଥ୍ୟକେନ୍ଦ୍ରରେ ବିପଦପୂର୍ଣ୍ଣ ଚିକିତ୍ସା ନେଇ ରୋଗୀ ଓ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସେଠାରେ ଜେନେରେଟର କିମ୍ବା ଇନଭେଟର ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ। ଅନ୍ୟପଟେ ଘଟଣାକୁ ନେଇ ଏଯାଏଁ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ