ଓଡିଶା

odisha

By

Published : Nov 11, 2022, 8:24 AM IST

ETV Bharat / state

ଦୀପକ ଫଟିଲାଇଜର ପ୍ରକଳ୍ପ ବିବାଦ, ମୁମ୍ୱାଇ ଯିବେ ପ୍ରତିନିଧି ଦଳ

ଗଞ୍ଜାମରେ ଦୀପକ ଫଟିଲାଇଜର ପ୍ରକଳ୍ପ ବିବାଦ । ଗ୍ରାମବାସୀଙ୍କ ଉପସ୍ଥିତିରେ ହେଲା ତ୍ରିପାକ୍ଷୀକ ଆଲୋଚନା । ପ୍ରକଳ୍ପର ସ୍ଥିତି କଣ ଏବଂ କେତେ ପରିମାଣରେ ପରିବେଶରେ ଏହାର ପ୍ରଭାବ ରହୁଛି ତାହାକୁ ଅନୁଧ୍ୟାନ କରି ଏକ ଟିମ୍ ମୁମ୍ୱାଇ ଯିବା ନେଇ ସୂଚନା । ଅଧିକ ପଢନ୍ତୁ

ଦୀପକ ଫଟିଲାଇଜର ପ୍ରକଳ୍ପ ବିବାଦ
ଦୀପକ ଫଟିଲାଇଜର ପ୍ରକଳ୍ପ ବିବାଦ

ବ୍ରହ୍ମପୁର: ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଠାରେ ସ୍ମାର୍ଟ କେମ୍ ଦୀପକ ଫଟିଲାଇଜର ପ୍ରକଳ୍ପ(Deepak Fertilizer project) ନିର୍ମାଣକୁ ନେଇ ଲାଗିରହିଥିବା ବିବାଦ ସମାଧାନ ହେବାର ବାଟ ଫିଟୁନି । ଗୋଟିଏ ପଟେ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିବାବେଳେ ବହୁ ବାଦ ବିବାଦ ପରେ ଆୟୋଜିତ ହୋଇଥିବା ତ୍ରିପାକ୍ଷୀକ ଆଲୋଚନାରେ ସେପରି କୌଣସି ସମାଧାନର ବାଟ ବାହାରିନଥିବା ଦେଖାଯାଇଛି । ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ଗୋଟିଏ ପଟେ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ କର୍ତ୍ତୃପକ୍ଷ ଏବଂ ପାଞ୍ଚ ଖଣ୍ଡ ପଞ୍ଚାୟତର ବାସିନ୍ଦାକୁ ନେଇ ହୋଇଥିବା ବୈଠକରେ ସେଭଳି କୌଣସି ସୁଫଳ ମିଳିପାରିଲା ନଥିବାବେଳେ ପ୍ରକଳ୍ପର ସ୍ଥିତି କଣ ଏବଂ କେତେ ପରିମାଣରେ ପରିବେଶରେ ଏହାର ପ୍ରଭାବ ରହୁଛି ତାହାକୁ ଅନୁଧ୍ୟାନ କରି ଏକ ଟିମ୍ ମୁମ୍ୱାଇ ଯିବ ବୋଲି ଜଣାପଡିଛି ।

ଦୀପକ ଫଟିଲାଇଜର ପ୍ରକଳ୍ପ ବିବାଦ
ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ବୈଠକରେ କମ୍ପାନୀ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଏହି କମ୍ପାନୀରୁ କଣ ପ୍ରସ୍ତୁତ ହେବ, ଏହାର ପ୍ରଭାବରେ ପରିବେଶ ଦୂଷିତ ହେବ କି ନାହିଁ, ଦେଶର କେଉଁ ସ୍ଥାନରେ ଏଭଳି ପ୍ରକଳ୍ପ ଚାଲୁଅଛି, ସେହି ସ୍ଥାନରେ ଜନବସତି ରହିଛି କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ଗ୍ରାମବାସୀ । ଯାହାକି କମ୍ପାନୀ କର୍ତ୍ତୁପକ୍ଷ ଏହି ସମସ୍ତ ବିଷୟରେ ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ପ୍ରଶ୍ନକୁ ନେଇ ଏକ ଟିମ୍ ମୁମ୍ୱାଇ ନିଆଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିବେ ଜଣାପଡିଛି । ଏପରିକି କମ୍ପାନୀ ଗଢିଉଠିଲେ ସ୍ଥୀନୀୟ ଲୋକେ଼ କେତେ ନିଯୁକ୍ତି ସୁବିଧା ପାଇପାରିବେ ତାହାର ସ୍ପଷ୍ଟ ଉତ୍ତର ମଧ୍ୟ ରଖିବା ସହିତ ଜନଶୁଣାଣି ଆୟୋଜନ କରିବାକୁ ଦାବି ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ: Encounter in Shopian: ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି

ଗତ କିଛି ମାସ ଧରି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ଦୀପକ ଫଟିଲାଇଜର ପ୍ରକଳ୍ପକୁ ସ୍ଥାନୀୟ ବାସିନ୍ଦା ବିରୋଧ କରି ବାରମ୍ବାର ଏହାର ପ୍ରଥମ ପର୍ଯ୍ୟାୟରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ କରିଥିବାବେଳେ, ଏହି ଆଲୋଚନାରେ ନିଶ୍ଚିତ ଭାବରେ ଗ୍ରାମବାସୀଙ୍କୁ ମନରେ ରହିଥିବା ସନ୍ଦେହ ଦୂର ହୋଇଯିବା ସହିତ ଏଭଳି ତ୍ରିପାକ୍ଷୀକ ଆଲୋଚନା ପରେ ଗ୍ରାମବାସୀଙ୍କ ପ୍ରତିନିଧି ଦଳ ନିଜ ଅଞ୍ଚଳରେ ଆଲୋଚନା କରି କମ୍ପାନୀ ସଂପର୍କରେ ଏବଂ ବୈଠକରେ ହୋଇଥିବା ଆଲୋଚନା ସଂପର୍କରେ ସିଧାସଳଖ ଭାବେ ଉପସ୍ଥାପନ କରିବେ । ଏହାପରେ ପୁଣି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ଆଲୋଚନା କରିଯିବାକୁ ପ୍ରସ୍ତାବ ଦିଆଯାଇଛି ।
ଯଦିଓ ପୂର୍ବରୁ ପ୍ରଶାସନ ଓ ପୋଲିସକୁ ଉପସ୍ଥିତିରେ କାର୍ଯ୍ୟ ଆରମ୍ଭ କରିବାକୁ ଉଦ୍ୟମ କରି ଧସ୍ତାଧସ୍ତି ହୋଇ ଉତ୍ତଜୋନା ମୂଳକ ସ୍ଥିତି ରହଇଛି ଏଭଳି ସ୍ଥିତିରେ ତ୍ରିପାକ୍ଷୀକ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରିନଥିବାରୁ ଆଗାମୀ ଏହି ପ୍ରକଳ୍ପ କରାଇବା ପାଇଁ କମ୍ପାନୀ ପକ୍ଷରୁ ଗ୍ରାମବାସୀଙ୍କୁ ମନାଇବା ପାଇଁ କଣ ପଦକ୍ଷେପ ନେଉଛି ତାହାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details