ବ୍ରହ୍ମପୁର:୫T ସଚିବ ଭି.କେ ପାଣ୍ଡିୟାନଙ୍କୁ ଭେଟିଲେ ଦୀପିକା । ସ୍ତ୍ରୀର ହକ ପାଇବା ଦାବିରେ ଦୀର୍ଘ ଦିନ ଧରି ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ବ୍ରହ୍ମପୁରର କେ. ଦୀପିକା ନ୍ୟାୟ ପାଇଁ ପାଣ୍ଡିଆନଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ୫T ସଚିବ ତାଙ୍କ ଅଭିଯୋଗ ପତ୍ରକୁ ଗ୍ରହଣ କରିଥିବା ବେଳେ ଖୁବଶୀଘ୍ର ତାଙ୍କୁ ନ୍ଯାୟ ମିଳିବ ବୋଲି ଦୀପିକା ଆଶାବାଦୀ ଥିବା କହିଛନ୍ତି ।
୫T ସଚିବ ଭି.କେ ପାଣ୍ଡିଆନ ତିନି ଦିନିଆ ଗଞ୍ଜାମ ଗସ୍ତରେ ରହିଥିଲେ । ଏହ ସମୟରେ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଲୋକଙ୍କୁ ସମସ୍ୟା ନେଇ ଆଲୋଚନା କରିବା ସହ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଛନ୍ତି । ଏଥିସହ ସମସ୍ତ ଅଭିଯୋଗକୁ ୭ ଦିନ ମଧ୍ୟରେ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି କ୍ରମରେ ବ୍ରହ୍ମପୁର ସହରର କେ.ଦୀପିକା ସ୍ତ୍ରୀର ମାନ୍ୟତା ପାଇବା ଦାବିରେ ଗତ କିଛି ମାସ ଧରି ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ବେଳେ ସଚିବଙ୍କୁ ଭେଟି ନିଜର ଦାବି ଜଣାଇବାକୁ ମନସ୍ତ କରିଥିଲେ । ୫T ସଚିବଙ୍କ ଗଞ୍ଜାମ ଗ୍ରସ୍ତ ସମୟରେ ବିଭିନ୍ନ ସ୍ଥାନରେ ସାକ୍ଷାତ କରିବାକୁ ଉଦ୍ଯମ କରି ଶେଷରେ ଦୀପିକା ଲିଖିତ ମାଧ୍ୟମରେ ନିଜ ଅଭିଯୋଗ ଜଣାଇଛନ୍ତି । ଲୋକଙ୍କ ବିଭିନ୍ନ ସମସ୍ଯାକୁ ୫T ସଚିବ ସମାଧାନ କରୁଥିବାରୁ ନ୍ୟାୟ ମିଳିବା ଆଶାରେ ବ୍ରହ୍ମପୁର ଠାରେ ଆୟୋଜିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାକ୍ଷାତ କରି ନିଜର ଅଭିଯୋଗ ପତ୍ର ଦେଇଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ଯରେ ନିଜର ସମସ୍ଯାର ସମାଧାନ ହେବ ବୋଲି ସେ ଆଶା ରଖିଥିବା କହିଛନ୍ତି ।