ଭୁବନେଶ୍ବର:ବ୍ରହ୍ମପୁରର ବହୁଚର୍ଚ୍ଚିତ ଦୀନେଶ-ଦୀପିକା ମାମଲା(Brahmapur Deepika-Dinesh Case) । ମହିଳା କମିଶନ ଅଫିସରେ ପୁଣି ହାଜର ହେଲେ ଦୀପିକା । ଶୁକ୍ରବାର ସେ ତୃତୀୟ ଥର ପାଇଁ ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି । ହେଲେ ନୋଟିସ ସତ୍ତ୍ବେ ଏଥର ମଧ୍ୟ ଦିନେଶ ଆସିନାହାନ୍ତି । ଦେହ ଖରାପ ଥିବା ଦର୍ଶାଇ ନିଜ ଓକିଲଙ୍କୁ ପଠାଇଛନ୍ତି । ଦୀନେଶ ଆସିନଥିବାରୁ ଆଲୋଚନା ହୋଇପାରିନାହିଁ ।
ଅନ୍ୟପଟେ ଦିନେଶଙ୍କ ବାରମ୍ବାର ଅନ୍ୟପସ୍ଥିତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା କମିଶନର ଅଧ୍ୟକ୍ଷା ଡ଼ଃ ମିନତି ବେହେରା । ପୂର୍ବରୁ ତାଙ୍କୁ ନୋଟିସ ସତ୍ତ୍ବେ ବି ସେ ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଆସୁନାହାନ୍ତି । ବାରମ୍ବାର ଅନୁପସ୍ଥିତି ଯୋଗୁଁ ଦିନେଶ-ଦୀପିକା ବିବାଦ ଘଟଣାର ସମାଧାନ ଆଜି ବି ଫେଲ ମାରିଛି । ପ୍ରକାଶଥାଉ କି, ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିର କେ.ଦୀପିକା ଏବଂ କେ. ଦିନେଶଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କ ପରେ ଧୋକାରେ ପରିଣତ ହୋଇଥିଲା । ଦୀନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ଖବର ପାଇଥିଲେ । ଏହାପରେ ସ୍ତ୍ରୀର ମାନ୍ୟତା ଓ ଛୁଆକୁ ବାପାର ପରିଚୟ ଦେବାକୁ ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି କେ.ଦୀପିକା ।