ବ୍ରହ୍ମପୁର: ମଦ ଦୋକାନ ସାମ୍ନାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ନୃଶଂସ ଭାବରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ପାଟପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକଙ୍କ ବେକ, ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନରେ କଟା ଦାଗ ରହିଛି । ମୃତକ ହେଲେ ପାଟପୁର ଗ୍ରାମର ସୂର୍ଯ୍ୟ ସାହୁ । ତାଙ୍କୁ କେହି ହତ୍ୟା କରି ଚାଲି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସର ତଦନ୍ତ ଆରମ୍ଭ କରିଥିବା ବେଳେ ଯାଞ୍ଚ ପରେ ପ୍ରକୃତ ସତ ଜଣାପଡିବ ବୋଲି କୁହାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ରାସ୍ତାରେ ସାଇଡ୍ ନଦେବାରୁ ଡ୍ରାଇଭରଙ୍କୁ ଛୁରାମାଡ଼, ନାବାଳକ ଅଟକ
ପାଟପୁର ଥାନା ଅନ୍ତର୍ଗତ ପାଟପୁର ଅଞ୍ଚଳର ଏକ ଦେଶୀ ମଦ ଦୋକାନ ସମ୍ମୁଖରୁ ଯୁବକ ସୂର୍ଯ୍ୟ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଗୁରୁବାର ରାତିରେ ଘରକୁ ଫେରିନଥିବା ବେଳେ ତାଙ୍କର ମୃତଦେହ ଦେଶୀ ମଦ ଦୋକାନ ସମ୍ମୁଖରେ ପଡିଥିଲା । ତେବେ ତାଙ୍କର ବେକ ଓ ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନରେ କଟା ଦାଗ ଥିବା ଦେଖାଯାଇଛି । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ଯୁବକଙ୍କୁ ଆକ୍ରମଣ ପରେ କେହି ହତ୍ୟା କରି ଚାଲି ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଏହା ମଧ୍ୟ ପଢ଼ନ୍ତୁ...ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲାରେ ୪ ଗିରଫ