ଭଞ୍ଜନଗର: ଚାଷ ଜମିରୁ ବୃଦ୍ଧଙ୍କ ମୃତ ଶରୀର ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଗ୍ରାମରେ। ମୃତକ ଜଣକ ହେଲେ ସେହି ଗ୍ରାମର ଭଗବାନ ନାଇକ। ଘଟଣା ବିଷୟରେ ଖବର ପାଇ ଭଞ୍ଜନଗର ପୋଲିସ ପହଁଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ମୃତ ଭଗବାନ ଶନିବାର ସକାଳୁ ଚାଷ ଜମିକୁ ଯାଇଥିଲେ ହେଲେ ଘରକୁ ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲେ ସନ୍ଧ୍ୟା ସମୟରେ କୌଣସି ସୂତ୍ରରୁ ଖବର ପାଇଲେ ଯେ ଭଗବାନ ଚାଷ ଜମିରେ ପଡିଛନ୍ତି।