ବ୍ରହ୍ମପୁର: ପ୍ରେମ ପାଇଁ ଆଗରେ ତୁଚ୍ଛ ହୋଇଗଲା ମାଆର ଭଲପାଇବା । ଜନ୍ମକଲା ମାଆକୁ ଥାନା ପରିସରରେ ଠେଲି ଚାଲିଗଲା ଝିଅ । ଏଭଳି ଏକ ଘଟଣା ସାରା ବ୍ରହ୍ମପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସହରର ବୈଦ୍ୟନାଥପୁର ଥାନା ପରିସରରେ ଦେଖିବାକୁ ମିଳିଥିଲା ଏଭଳି ଏକ ହାଇଡ୍ରାମା ।
ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗ ଗାଁର ଗୈାରୀବାଳା ସାହୁଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମପୁର ଠାରେ ରହି ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ହେଲେ ଏହାରି ମଧ୍ୟରେ ବ୍ରହ୍ମପୁର ସହରର ଏକ ପୁଅ ସହ ପ୍ରେମ ହେବା ପରେ ୨୦୨୧ ମସିହା ଜାନୁଆରୀ ୨୧ ତାରିଖରେ ଘରେ କେହି ନଥିବା ବେଳେ ଉକ୍ତ ପ୍ରେମିକ ସହ କେଉଁଆଡେ ଚାଲିଯାଇଥିଲେ । ଏନେଇ ଯୁବତୀଙ୍କ ପରିବାର ବର୍ଗ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ଯାହାକି ଯୁବତୀଙ୍କୁ ଉଦ୍ଧାର ପରେ ବ୍ରହ୍ମପୁରର ସୁଧାର ଗୃହରେ ୭ ମାସ ଧରି ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଯୁବକ ଜଣଙ୍କ କୋର୍ଟରେ ଏକ ଆଦେଶ ଅନୁସାରେ ଯୁବତୀଙ୍କୁ ନିଜ ଘରକୁ ନେଇଯାଇଥିଲେ । ଏହାରି ମଧ୍ୟରେ ୧୫ ମାସ ବିତିଯାଇଥିବାବେଳେ ଯୁବତୀଙ୍କ ପରିବାର ଝିଅକୁ ଫେରାଇ ଆଣିବା ପାଇଁ ବୈଦ୍ୟନାଥପୁର ଥାନାରେ ଅନ୍ୟ ଏକ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ଯୁବତୀଙ୍କୁ ଥାନାକୁ ଆଣିଥିଲା ।