ଓଡିଶା

odisha

ETV Bharat / state

ଦଣ୍ଡୁଆ ଦେବେନି ଭୋଟ୍‌ ! ଚିନ୍ତାରେ ଗଞ୍ଜାମ ପ୍ରଶାସନ - ଗଞ୍ଜାମ ପ୍ରଶାସନ

ଏଥର ଦଣ୍ଡୁଆମାନେ କିପରି ଭୋଟ ଦେବେ, ତାକୁ ନେଇ ଦେଖାଦେଇଛି ଆଶଙ୍କା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Apr 2, 2019, 10:47 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚକୁ ନେଇ ଉଠୁଛି ପଡୁଛି ପୁରପଲ୍ଲୀ । ଦଣ୍ଡନୃତ୍ୟକୁ ସମଗ୍ର ଜିଲ୍ଲା ଆନନ୍ଦ ଉଲ୍ଲସିତ ହୋଇଉଠିଥିବାବେଳେ ଏପଟେ କିନ୍ତୁ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ଦଣ୍ଡନୃତ୍ୟରେ ସାମିଲ ହେଉଥିବା ଦଣ୍ଡୁଆ ଏଥର ମତଦାନରେ ସାମିଲ ହେବାକୁ ନେଇ ଆଶାଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଆଗକୁ ନିର୍ବାଚନ ଥିବାବେଳେ ଗଞ୍ଜାମ ଜିଲ୍ଲାର ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଗୋଟିଏ ପଟେ ଦଣ୍ଡର ବିଭିନ୍ନ ନୀତିନିୟମ ମଧ୍ୟରେ ମାନସିକଧାରୀଦଣ୍ଡୁଆମାନେ ରହୁଥିବାବେଳେ ଏହି ବ୍ରତ ଆସନ୍ତା ୧୪ ତାରିଖରେଉଦଯାପିତ ହେବାକୁ ଯାଉଛି । କିନ୍ତୁ ପ୍ରଥମ ପର୍ଯ୍ୟାୟ ମତଦାନ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଦଣ୍ଡ ନୃତ୍ୟରେ ସାମିଲ ହୋଇଥିବା ହଜାର ହଜାର ଶ୍ରଦ୍ଧାଳୁ ମତଦାନ ଦେଇପାରିବେ ନାହିଁ ବୋଲି କହିଛନ୍ତି ।

ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ଜିଲ୍ଲା ପ୍ରଶାସନ । ଭୋଟ ହାର ବଢାଇବା ବ୍ୟାପକ ସଚେତନତା କରାଯାଉଥିବାବେଳେ ଚଳିତ ନିର୍ବାଚନରେ ଜିଲ୍ଲାରେ ଭୋଟହାର ହ୍ରାସ ପାଇପାରେ ବୋଲି ଚର୍ଚ୍ଚା ହେଉଛି ।


ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details