ଓଡିଶା

odisha

By

Published : May 15, 2023, 12:19 PM IST

ETV Bharat / state

ବ୍ରହ୍ମପୁର ପୋଲିସକୁ ସଫଳତା, ଡକାୟତ ଗ୍ୟାଙ୍ଗର ୬ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ ଜିଲ୍ଲାର ଚୋରି, ଡକାୟତି ଲୁଟରାଜ ଘଟଣାରେ ଏକ ଡକାୟତ ଗ୍ୟାଙ୍ଗ୍‌ର ୬ଜଣଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

six arrested in robbery case in ganjam
six arrested in robbery case in ganjam

ବ୍ରହ୍ମପୁର ପୋଲିସକୁ ସଫଳତା

ବ୍ରହ୍ମପୁର:ଦିନରେ ଗ୍ୟାରେଜ କାମ ଆଉ ଅନ୍ଧାର ହେଲେ କରୁଥିଲେ ଡକାୟତି । ଏଭଳି ଏକ ବଡ ଧରଣର ଚୋରି ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ମୋଟ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ଚୋରି, ଡକାୟତି ଲୁଟରାଜ ଘଟଣାରେ ସମ୍ପୃକ୍ତ ଥିବା ଜଣା ପଡ଼ିଛି । ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ଗୋଟିଏ ମାଉଜର ସମେତ ଗୋଟିଏ ଖେଳନା ବନ୍ଧୁକ, ପାଞ୍ଚୋଟି ଚୋରି ମୋଟର ସାଇକେଲ ସମେତ ବିଭିନ୍ନ ବ୍ୟକ୍ତିବିଶେଷଙ୍କଠାରୁ ଲୁଟ କରିଥିବା ମୋବାଇଲ, ସୁନା ଓ ରୂପା ଅଳଙ୍କାର, ଟଙ୍କା ସମେତ ବହୁ ସମାଗ୍ରୀ ଜବତ କରାଯାଇଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗର ଦ୍ୱିତୀୟ ଲାଇନ୍‌ର ସୁଶାନ୍ତ କୁମାର ସାହୁ, ଗଣପତିନଗର ପଞ୍ଚମ ଲାଇନର ସାଗର ସାହୁ, ଶ୍ରୀରାମନଗର ଜଗନ୍ନାଥବିହାର ଅଞ୍ଚଳର ସୁମନ ଚୈଧୁରୀ ଓରଫ ଶିବ, ସହରର ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡାଙ୍କୁଲି ଅଞ୍ଚଳର ସୁକଦେବ ସାହୁ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ପିଙ୍କୁ ସାହୁ ସମେତ ଜଣେ ନାବାଳକ । ତା ସହିତ ଚୋରି ସାମଗ୍ରୀକୁ କ୍ରୟ କରି ରଖୁଥିବା ଅଭିଯୋଗରେ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବ୍ରଜନଗର ଦ୍ୱିତୀୟ ଲାଇନର କିଶାନ୍ ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି ।


ଦିନରେ ଗ୍ୟାରେଜରେ କାର୍ଯ୍ୟ, ଅନ୍ଧାର ହେଲେ ଡକାୟତି:- ବ୍ରହ୍ମପୁର ପୋଲିସ ଗୋଷାଣିନୂଆଗାଁ ଥାନା ପୋଲିସ ହାତରେ ଧରାପଡିଥିବା ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନେ ଗତ ଏକ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ଡକାୟତଠାରୁ ଆରମ୍ଭ କରି ନାମୀଦାମୀ ମୋଟର ସାଇକଲେକୁ ଚୋରି କରିବା, ରାତ୍ରି ସମୟରେ ବନ୍ଧୁକ ଦେଖାଇ ରାସ୍ତାରେ ଯାଉଥିବା ବାଟୋଇଙ୍କଠାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ମଧ୍ୟ ବନ୍ଧୁକ ଲଗାଇ ଫିଲ୍ମ ଷ୍ଟାଇଲରେ ଲୁଟ୍‌ପାଟ୍‌ କରୁଥିଲେ । ଗିରଫ ଅଭିଯୁକ୍ତଙ୍କ ନାମରେ ଗତ ଏକ ମାସ ମଧ୍ୟରେ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ, ଟାଉନ୍ ଥାନା, ନିମଖଣ୍ଡି ଥାନା, ସଦରଥାନା ଥାନା, ବ୍ରହ୍ମପୁର ସହର ଉପଖଣ୍ଡର ଦିଗପହବଣ୍ଡି ଏବଂ ଗୋପାଳପୁର ଥାନା ସମେତ ଗଞ୍ଜାମ ପୋଲିସ ଜିଲ୍ଲାର ଛତ୍ରପୁର ଏବଂ ଚମାଖଣ୍ଡି ଥାନାରେ ପ୍ରାୟ ୧୪ଟି ମାମଲା ସଂପୃକ୍ତ ରହିଥିବା ପୋଲିସ ତଦନ୍ତ ସମୟରେ ସ୍ପଷ୍ଟ ହୋଇଛି । ଗିରଫ ଅଭିଯୁକ୍ତମାନେ ଦିନରେ ସହରର ବିଭିନ୍ନ ଗ୍ୟାରେଜ୍‌ରେ କାର୍ଯ୍ୟ କରିବା ସହିତ ରାତ୍ରି ସମୟରେ ଏପରି ଡକାୟତି ଓ ରାହାଜାନୀ ଭଳି ଅପରାଧ ଘଟାଉଥିଲେ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି । ମୁଖ୍ୟତଃ ଏହି ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ଏକ ମୋଟରସାଇକେଲ ଚୋରି କରିବା ପରେ ସେହି ଚୋରି ଗାଡ଼ି ନେଇ ଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଥିଲେ । ଏଥିସହ ଅପରାଧ ଘଟାଇବା ପାଇଁ ଆବଶ୍ୟକ ପଡ଼ିବାରେ ଅନଲାଇନ୍‌ରେ ଏକ ଖେଳନା ବନ୍ଧୁକ ଆଣି ବ୍ୟବହାର କରୁଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details