ବ୍ରହ୍ମପୁର: ଆସନ୍ତାକାଲି ଠାରୁ ବ୍ରହ୍ମପୁର ସହରରେ ହେବ ଚାରି ଦିନିଆ ସର୍ଟଡାଉନ । ଗତ ଏକ ସପ୍ତାହ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କୋରୋନା ଯୋଦ୍ଧା ଭାବରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିବା ପ୍ରଶାସନର ଚିନ୍ତା ବଢାଇଛି । ତେଣୁ ଆସନ୍ତାକାଲି ଠାରୁ ସମ୍ପୂର୍ଣ୍ଣ ସର୍ଟଡାଉନ ଘୋଷଣା ପରେ ସହରର ଘରକୁ ଘର ବୁଲି ୭୦ଟି ଡାକ୍ତରୀ ଟିମ୍ ସମସ୍ତ ପରିବାରର ସ୍ବାସ୍ଥ୍ୟ ପରୀକ୍ଷା କରିବେ ।
ଶନିବାରଠୁ ବ୍ରହ୍ମପୁରରେ 4 ଦିନିଆ ସର୍ଟଡାଉନ, ଦୋକାନରେ ଜମିଲା ଲୋକଙ୍କ ଭିଡ - ବ୍ରହ୍ମପୁରରେ ଚାରି ଦିନିଆ ସର୍ଟଡାଉନ
ଆସନ୍ତାକାଲି ଠାରୁ ବ୍ରହ୍ମପୁର ସହରରେ ହେବ ଚାରି ଦିନିଆ ସର୍ଟଡାଉନ । ସେପଟେ ଚାରି ଦିନ ପାଇଁ ସର୍ଟ ଡାଉନ ଘୋଷଣା ହୋଇଥିଲା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ବଜାରରେ ଜମିଥିଲା ଭିଡ଼ । ପଢନ୍ତୁ ଖବର, ଦେଖନ୍ତୁ ଭିଡ଼ିଓ...
![ଶନିବାରଠୁ ବ୍ରହ୍ମପୁରରେ 4 ଦିନିଆ ସର୍ଟଡାଉନ, ଦୋକାନରେ ଜମିଲା ଲୋକଙ୍କ ଭିଡ crowds-of-people-have-been-gathering-in-berhampur-for-four-days-shutdown](https://etvbharatimages.akamaized.net/etvbharat/prod-images/768-512-7781907-thumbnail-3x2-bhd.jpg)
ପ୍ରଶାସନ ପକ୍ଷରୁ ଏହି ସର୍ଟଡାଉନ ଘୋଷଣା ପୂର୍ବରୁ ସହରର ସାଧାରଣ ଜନତାଙ୍କ ସେମାନଙ୍କ ପରିବାର ପାଇଁ ଅତ୍ୟାବଶ୍ୟକ ସାମଗ୍ରୀକୁ କ୍ରୟ କରିବାକୁ ସହରର ବିଭିନ୍ନ ବଜାରରେ ଭିଡ ଜମାଇଥିଲେ । ମୁଖ୍ୟତଃ ବ୍ରହ୍ମପୁର ସହରରେ ଜନସାଧାରଣ ଅଧିକ ସତର୍କ ରହିବା ସହ ଏଭଳି ସମୟରେ ସମସ୍ତଙ୍କ ପାଇଁ ସାମାଜିକ ଦୂରତ୍ବ ସହିତ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହି ଚାରି ଦିନ କେବଳ ସ୍ବାସ୍ଥ୍ୟସେବା ଏବଂ ଦୁଗ୍ଧ ବଣ୍ଟନକୁ ଛାଡିଦେଲେ ଅନ୍ୟ କୈଣସି ଦୋକାନ ଓ ବଜାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସହରର ପ୍ରମୁଖ ୧୨ ଟି ବଜାରକୁ ସିଲ କରିଛନ୍ତି ପ୍ରଶାସନ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ