ଓଡିଶା

odisha

ETV Bharat / state

ଗଞ୍ଜାମରେ ଚକଡା ଆତଙ୍କ: 10 ଏକର ଚାଷଜମି ନଷ୍ଟ

ପୁଣି ଚାଷୀଙ୍କୁ ଘାରିଛି ଚକଡ଼ା ଚିନ୍ତା । ଯେମିତି ଚାଷୀର ସୁନା କ୍ଷେତ ଉପରେ ନଜର ପକାଇଛି ଚକଡ଼ା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଭରତପଲ୍ଲୀ, ମହୁଳଗୁଡା ଗାଁରେ ପ୍ରାୟ 10 ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ମାଟିଆଗୁଣ୍ଡି ପୋକ ଲାଗିଛି । ଅଧିକ ପଢନ୍ତୁ...

ଚାଷୀଙ୍କୁ ଦାଉସାଜିଲା ମାଟିଆ ଗୁଣ୍ଡିପୋକ

By

Published : Oct 22, 2019, 4:31 PM IST

ଗଞ୍ଜାମ: ଚଳିତ ବର୍ଷ ବି ଚାଷୀଙ୍କୁ ଦାଉସାଜିଛି ମାଟିଆ ଗୁଣ୍ଡିପୋକ। ‘ଫନି’ ବାତ୍ୟାରେ ଚାଷୀ ଅଣ୍ଟା ନସଳଖୁଣୁ ପୁଣି ଗୁଣ୍ଡିପୋକ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସେପଟେ କୃଷି ଅଧିକାରୀଙ୍କୁ ଖବର ଦେଲେ ମଧ୍ୟ ସେମାନେ ଆସୁନଥିବା ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ଚାଷୀମାନେ।


ପୁଣି ଚାଷୀଙ୍କୁ ଘାରିଛି ଚକଡ଼ା ଚିନ୍ତା । ଯେମିତି ଚାଷୀର ସୁନା କ୍ଷେତ ଉପରେ ନଜର ପକାଇଛି ଚକଡ଼ା । ଗତ ବର୍ଷ ବନ୍ୟା ବାତ୍ୟା ଥିଲା ବୋଲି ଚକଡା ପୋକ ହୋଇଥିବା କହିଥିଲେ କୃଷି ଅଧିକାରୀ । କିନ୍ତୁ ଚଳିତ ବର୍ଷ ଏସବୁ ନଥିଲେ ବି ଚକଡ଼ା ପୋକ ଧାନ କ୍ଷେତରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଭରତପଲ୍ଲୀ, ମହୁଳଗୁଡା ଗାଁରେ ପ୍ରାୟ 10 ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ମାଟିଆ ଗୁଣ୍ଡିପୋକ ଲାଗିଛି । ଚାଷୀ କୀଟନାଶକ ଔଷଧ ଆଣି ପକାଇଲେ ମଧ୍ୟ ମାଟିଆ ଗୁଣ୍ଡିପୋକ ମରିବାର ନା ଧରୁନି।

ଗଞ୍ଜାମରେ ଚକଡା ଆତଙ୍କ: 10 ଏକର ଚାଷଜମି ନଷ୍ଟ


ଧାନଗଛ ଏବେ ଗର୍ଭଧାରଣ କରି ପୁଡା ହେବାକୁ ବସିଥିବା ବେଳେ ଧାନଗଛକୁ ପୋକ ଖାଇ ଯାଉଛି । ଦିନକୁ ଦିନ ଏହି ରୋଗ ବ୍ୟାପିବାରେ ଲାଗିଛି । ଧାର କରଜ କରି ଚାଷୀ ବର୍ଷା ଆରମ୍ଭରୁ ସାର ପ୍ରୟୋଗ କରି ଉନ୍ନତ ମାନର ଧାନ ଫସଲ ପାଇଁ ଆଶା ବାନ୍ଧିଥିଲା । ହେଲେ ଚକଡ଼ା ସବୁ ସାରିଦେଲା । ଏହି ମାଟିଆ ଗୁଣ୍ଡିପୋକ ଯୋଗୁଁ ଚାଷୀଙ୍କ ସବୁ ଆଶା ମଉଳି ଯାଇଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦେବେ ତାହା ହେଲେ ଚାଷ କାର୍ଯ୍ୟଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟହେବୁ ବୋଲି ଚାଷୀ କହିଛନ୍ତି ।


ଅନ୍ୟପଟେ ଏହି ଚାଷୀଙ୍କ ସମସ୍ୟା ନେଇ ଧରାକୋଟ କୃଷି ଅଧିକାରୀଙ୍କ କହିବା କଥା ହେଲା ଏସମ୍ପର୍କରେ ଖବର ପାଇ କର୍ମଚାରୀ ମାନେ ସେହି ଅଞ୍ଚଳକୁ ଦେଖିବାକୁ ଯାଇଛନ୍ତି । ରେଜିଷ୍ଟ୍ରେଡ ଦୋକାନୀଙ୍କ ପାଖରୁ ଚାଷୀ ଔଷଧ ନେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି କୃଷି ଅଧିକାରୀ ।


ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details