ଓଡିଶା

odisha

ETV Bharat / state

Naba Das Murder Case: ସାଙ୍ଗ ଜାଣିଛନ୍ତି କି ସତ ? ଗୋପାଳର ବନ୍ଧୁଙ୍କୁ କ୍ରାଇମବ୍ରାଞ୍ଚର ଜେରା - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ ଦାସର ସାଙ୍ଗ ତଥା ଆଇନଜୀବୀ ପ୍ରଦୀପ ବେହେରାଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ । ଅଧିକ ପଢ଼ନ୍ତୁ

ଅଭିଯୁକ୍ତ ଗୋପାଳର ସାଙ୍ଗକୁ ଜେରା କଲା କ୍ରାଇମବ୍ରାଞ୍ଚ
ଅଭିଯୁକ୍ତ ଗୋପାଳର ସାଙ୍ଗକୁ ଜେରା କଲା କ୍ରାଇମବ୍ରାଞ୍ଚ

By

Published : Feb 4, 2023, 7:09 AM IST

ଅଭିଯୁକ୍ତ ଗୋପାଳର ସାଙ୍ଗକୁ ଜେରା କଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ୍‌ବ୍ରାଞ୍ଚ । ମନ୍ତ୍ରୀଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ ଦାସର ସାଙ୍ଗକୁ ବ୍ରହ୍ମପୁରରେ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଗୋପାଳ ସହିତ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ପାଠ ପଢିଥିବା ପୁରୁଣା ସାଙ୍ଗ ତଥା ଆଇନଜୀବୀ ପ୍ରଦୀପ ବେହେରାଙ୍କୁ ଡାକି ବିଭିନ୍ନ ବିଷୟରେ ଜେରା କରିଛନ୍ତି ବ୍ରହ୍ମପୁର ସହରରେ ଥିବା କ୍ରାଇମବ୍ରାଞ୍ଚ ଟିମ୍ ।

ଗତ ଜାନୁଆରୀ ୨୯ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଉଥିବା ସମୟରେ ଗାନ୍ଧୀଛକ ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ । ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ ।

ଏହା ସହିତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ ଚାଲିଛି ତଦନ୍ତ । ସେଣ୍ଟ୍ରାଲ ଫରେନସିକ ଟିମ ସହ ମଧ୍ୟ ସମ୍ପର୍କ କରାଯାଇଛି । ସେମାନଙ୍କର ସହାୟତା ନିଆଯିବ । ତେବେ କ୍ରାଇମବ୍ରାଞ୍ଚର ଅନ୍ୟ ଏକ ଟିମ ବ୍ରହ୍ମପୁରରେ ରହି ଗୋପାଳର ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରୁଛି ।

ଶୁକ୍ରବାର ଏହି କ୍ରାଇମବ୍ରାଞ୍ଚ ଟିମ୍ ପ୍ରଥମେ ଗୋପାଳର ପରିବାର ଓ ପରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ଗୋପାଳର ସାଙ୍ଗ ଏବଂ ନିୟମିତ ବ୍ରହ୍ମପୁରରୁ ଔଷଧ ପଠାଯାଉଥିବା ସରକାରୀ ବସ୍ କର୍ମଚାରୀଙ୍କୁ ପଚାରାଉଚରା ଜାରି ରଖିଛନ୍ତି । ଅଭିଯୁକ୍ତ ଗୋପାଳକୁ ବ୍ରହ୍ମପୁର ସହରରୁ ମାସିକ ଔଷଧ ନେଇ ଯାଉଥିବା ସନ୍ଦେହରେ କିଛି ବସ କର୍ମଚାରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର କୁମାର ମିଶ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ଟିମ୍ ଓଏସଆରଟିସି ବସ କର୍ମଚାରୀ ଶମ୍ଭୁଦତ୍ତ ପଡ଼ିହରି ଏବଂ ରୋହିତ କୁମାର ପ୍ରଧାନଙ୍କୁ ଜେରା କରିଥିଲେ । ଅନ୍ୟପଟେ ଗୋପାଳଙ୍କ ବଡଭାଇ ସତ୍ୟନାରାୟଣ ଦାସଙ୍କୁ ଉଠାଇ ନେଇ ମାରାଥନ ଜେରା କରିବା ପରେ ନିଜ ଗାଁରେ କ୍ରାଇମବ୍ରାଞ୍ଚ ଛାଡିଦେଇଥିବା ସୂଚନା ମିଳିଛି । ତେବେ ଏନେଇ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଥିବା ଗୋପାଳର ସାଙ୍ଗ ତଥା ଆଇନଜୀବୀ ପ୍ରଦୀପ ବେହେରାଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details