ଓଡିଶା

odisha

ETV Bharat / state

କୋଭିଡ ନିୟମ ଉଲ୍ଲଙ୍ଘନ, ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଶାସନର ଚଢାଉ - କୋରୋନା

ସଂକ୍ରମଣକୁ ରୋକିବା ପାଇଁ ସଭାସମିତି, ଧାର୍ମିକ କାର୍ଯ୍ୟକ୍ରମ କିମ୍ବା ରାଜନୈତିକ କାର୍ଯ୍ୟକ୍ରମ ଉପରେ କଡ଼ା କଟକଣା ଜାରି ହୋଇଥିବା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟ ଗାଁ ପଞ୍ଚାୟତର ପାରିନୂଆଁ ଗାଁ ପଙ୍ଗୀସାହି ନିକଟରେ ଥିବା ମାଆ ବାହୂତୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିବା ଖବର ମିଳିଥିଲା ପ୍ରଶାସନ ନିକଟରେ ।

କୋଭିଡ୍ ନିୟମ ଉଲ୍ଲଙ୍ଘନ; ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଶାସନର ଚଢାଉ
କୋଭିଡ୍ ନିୟମ ଉଲ୍ଲଙ୍ଘନ; ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଶାସନର ଚଢାଉ

By

Published : Jul 14, 2020, 10:25 PM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ କୋରୋନା ରୂପକ ମହାମାରୀ ସାରା ଜିଲ୍ଲାରେ ଭୟାବହତା ସୃଷ୍ଟି କରିଥିବା ବେଲେ ଏଭଳି ସମୟରେ କୋଭିଡ୍ ନିୟମକୁ କରାଯାଉଛି ଖୋଲାଖୋଲି ଉଲ୍ଲଙ୍ଘନ । ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଭୋଜି ରନ୍ଧା ଯାଇ ଶହ ଶହ ଲୋକଙ୍କ ଏକତ୍ରୀତ ପାଇଁ କରାଯାଇଥିବା ଯୋଜନାକୁ ପ୍ରଶାସନର ଚଢାଉରେ ବିଫଳ କରାଯାଇଛି । ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ସଭାସମିତି, ଧାର୍ମିକ କାର୍ଯ୍ୟକ୍ରମ କିମ୍ବା ରାଜନୈତିକ କାର୍ଯ୍ୟକ୍ରମ ଉପରେ କଡ଼ା କଟକଣା ଜାରି ହୋଇଥିବା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟ ଗାଁ ପଞ୍ଚାୟତର ପାରିନୂଆଁ ଗାଁ ପଙ୍ଗୀସାହି ନିକଟରେ ଥିବା ମାଆ ବାହୂତୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିବା ଖବର ମିଳିଥିଲା ପ୍ରଶାସନ ନିକଟରେ ।

କୋଭିଡ୍ ନିୟମ ଉଲ୍ଲଙ୍ଘନ; ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଶାସନର ଚଢାଉ

ଶତାଧିକ ଲୋକେ ଏକାଠି ହୋଇଥିବା ବେଳେ ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଯାହାକି ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ ପ୍ରଧାନ, ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାସ ଏବଂ ଭେଜିପୁଟ ଆର୍.ଆଇ ରମେଶ ଚନ୍ଦ୍ର ଜେନା ସମେତ ପ୍ରଶାସନର ବହୁ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପୋଲିସ ଓ ପ୍ରଶାସନ ଆସିବା ଆସିବା ପୂର୍ବରୁ ରୁଣ୍ଡ ହୋଇଥିବା ସ୍ଥାନୀୟ ଲୋକେ ଛତ୍ରଭଙ୍ଗ ଦେଇଥିବା ବେଳେ ଖଲ୍ଲିକୋଟ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସମସ୍ତ ରୋଷେଇ ହୋଇଥିବା ରନ୍ଧା ଖାଦ୍ୟକୁ ପୋତିବା ସହ ରୋଷେଇ ସାମଗ୍ରୀ, ହଣ୍ଡାହାଣ୍ଡି , ଡାକବାଜୀ ଯନ୍ତ୍ର , ସହ ବିଭିନ୍ନ ଆସବାବ ପତ୍ରକୁ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଥାଉକି ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅଞ୍ଚଳରେ ହନୁମାନ ମନ୍ଦିର ପ୍ରତିଷ୍ଠା ହେଉଥିବା ଖବର ପାଇ ପୋଲିସ ୧୧ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲା । କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା ବେଳେ ସରପଞ୍ଚ ନିଜେ ଉକ୍ତ ଗ୍ରାମରେ ନିୟମ କୁ ଉଲ୍ଲଙ୍ଘନ କରିଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details