ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ କୋଭିଡ ପଜିଟିଭ କେସ୍ ବଢିଥିବା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ କୋଭିଡ ନିୟନ୍ତ୍ରଣାଧୀନ ସ୍ଥିତିରେ ରହିଛି ବୋଲ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ପଜିଟିଭ ସଂଖ୍ୟା ନିୟନ୍ତ୍ରଣରେ ରହିଥିବାବେଳେ ପଜିଟିଭ ଆକ୍ରାନ୍ତଙ୍କ ଜିନୋମ(ନମୁନା) ILSକୁ ପଠାଯାଇଛି । ତେବେ ବାଲେଶ୍ବର ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ଏହି ନମୁନାର ରିପୋର୍ଟକୁ ସେମାନେ NCDSକୁ ପଠାଇବେ । ଗଞ୍ଜାମରୁ ପଜିଟିଭ ବାହାରି ଥିବା ଜଣେ ଆକ୍ରାନ୍ତ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କ ପରିବାରର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର ସୂଚନା ଦେଇଛନ୍ତି ।