ଓଡିଶା

odisha

ETV Bharat / state

କୋରୋନା ମୁକ୍ତ ପାଇଁ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ଗଞ୍ଜାମ ଜିଲ୍ଲାପାଳ - କୋରୋନା ମୁକ୍ତ

ଗଞ୍ଜାମ ଜିଲ୍ଲାକୁ କୋରୋନା ମୁକ୍ତ କରିବା ନିମନ୍ତେ ଜନସାଧାରଣଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।ଏଣୁ ଏଭଳି ସମୟରେ ଗ୍ରାମାଞ୍ଚଳର ଜନସାଧାରଣ ଯଦି ସତର୍କ ରହିବେ ତେବେ ତାଙ୍କ ଗ୍ରାମ ସଂକ୍ରମଣ ମୁକ୍ତ ରହିପାରିବ ବୋଲି ମତବ୍ୟକ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଅଧିକ ପଢନ୍ତୁ...

କୋରୋନା ମୁକ୍ତ ପାଇଁ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ଗଞ୍ଜାମ ଜିଲ୍ଲାପାଳ
କୋରୋନା ମୁକ୍ତ ପାଇଁ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ଗଞ୍ଜାମ ଜିଲ୍ଲାପାଳ

By

Published : Aug 25, 2020, 12:12 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ କୋରୋନା ମୁକ୍ତ କରିବା ନିମନ୍ତେ ଜନସାଧାରଣଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏଣୁ ଏଭଳି ସମୟରେ ଗ୍ରାମାଞ୍ଚଳର ଜନସାଧାରଣ ଯଦି ସତର୍କ ରହିବେ ତେବେ ତାଙ୍କ ଗ୍ରାମ ସଂକ୍ରମଣ ମୁକ୍ତ ରହିପାରିବ ବୋଲି ମତବ୍ୟକ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସାଧାରଣ ଲୋକଙ୍କ ଜୀବନ ଜୀବିକା ନିମନ୍ତେ ସକାଳ ୫ଟା ଠାରୁ ରାତ୍ର ୮ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି ।

କୋରୋନା ମୁକ୍ତ ପାଇଁ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ଗଞ୍ଜାମ ଜିଲ୍ଲାପାଳ

କୋରୋନା ସଂକ୍ରମଣ ରହିଛି ଏଣୁ ସତର୍କତା ଅବଲମ୍ବନ ଜରୁରୀ । ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜେସନ୍ କରି ଜୀବନଜୀବିକା କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସଦରମହକୁମା ଛତ୍ରପୁର ଠାରେ ଭିଡିଓ କନଫେରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ସହିତ କୋଭିଡ୍ ପରିଚାଳନା ବିଷୟରେ ଆଲୋଚନା କରିଥିଲେ ।

କୋରୋନା ମୁକ୍ତ ପାଇଁ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ଗଞ୍ଜାମ ଜିଲ୍ଲାପାଳ

ଆକ୍ଟିଭ୍ କେସ ଗୁଡିକ ଶୁନ୍ୟ କରିବା, ଦୋକାନ ଖୋଲିବା ସମୟ ବୃଦ୍ଧି, ସାମାଜିକ ଦୂରତ୍ବ, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ପ୍ଲାଜମା ଦାନ, ଆଡମିଶନ୍, ଡିସଚାର୍ଜ ଓ ମୃତ୍ୟୁ ଜନିତ ସମସ୍ତ ବିଷୟ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ଦିଗରେ କୋହଳ କରାଯାଇଛି । ଏଣୁ ବାହାରୁ ଆସୁଥିବା ବ୍ୟକ୍ତି ଓ ପ୍ରବାସୀ ମାନଙ୍କ ଦ୍ବାରା ହିଁ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ରହିଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଚସୂତ୍ରୀ ପାଳନ ସହିତ ପୂର୍ବ ଯୋଜନା ଗୁଡିକ ଆହୁରି କଡାକଡି କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ।

କୋରୋନା ମୁକ୍ତ ପାଇଁ ଜନସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ଗଞ୍ଜାମ ଜିଲ୍ଲାପାଳ

ଗ୍ରାମ ସ୍ତରରେ ଗଠିତ ହୋଇଥିବା ଗ୍ରାମ୍ୟ କମିଟିର ଭୂମିକା ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣ । ଗାଁ ଲୋକଙ୍କ ଦ୍ବାରା ହିଁ ଯିବା ଆସିବା ଲୋକଙ୍କ ଉପରେ ନଜର ରଖି ହେବ । ଗାଁ କମିଟି ଯେତେ ସତର୍କତା ଅବଲମ୍ବନ କରି କାର୍ଯ୍ୟ ସଂପାଦନା କରିବେ ତାଙ୍କ ଗ୍ରାମ ସେତେ କୋରୋନା ସଂକ୍ରମଣରୁ ମୁକ୍ତ ରହିବ । ଏଣୁ ଗ୍ରାମାଞ୍ଚଳ ସ୍ତରରୁ ପରିଚାଳନାକୁ ସଠିକ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଜଣାଇଥିଲେ । ଗ୍ରାମାଞ୍ଚଳସ୍ତରୀୟ କମିଟି ଯେପରି ଠିକ୍ ରୂପେ କାର୍ଯ୍ୟ ସଂପାଦନା କରିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ସଂପ୍ରତି ଯେଉଁ କୋହଳ କରାଯାଇଛି ତାହା କଣ୍ଟେନମେଣ୍ଟ ଜୋନ ପାଇଁ ଲାଗୁ ହେବନାହିଁ । କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳରେ ଟେଷ୍ଟ ଓ କୋରୋନା ସଂକ୍ରମିତଙ୍କ ଯାଞ୍ଚ ଚାଲୁ ରହିବ ।

ହୋମ ଆଇସୋଲେସନରେ ରହିଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଚାଲୁ ରହିବ । ଆକ୍ଟିଭ୍ କେସ ଥିବା ଅଞ୍ଚଳରେ ଜିରୋ କରିବା ପ୍ରକ୍ରିୟା ଚାଲୁ ରହିବ । ଯେଉଁ ଗ୍ରାମରେ ପଜଟିଭ୍ ସଂଖ୍ୟା ଶୂନ ରହିଛି ସେହି ଗ୍ରାମ ଗୁଡିକ ଗ୍ରୀନ ଜୋନ ଘୋଷଣା ହେବ । ହୋମ ଆଇସୋଲେସନରେ ରହିଥିବା ବ୍ୟକ୍ତିଙ୍କର ଯଦି ମଧୁମେହ ଥାଏ ତେବେ ସେମାନଙ୍କୁ ହୋମ ଆଇସୋଲେସନରେ ନ ରଖି କୋଭିଡ୍ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଚିକିତ୍ସା କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।

ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ ବାରଣ କରାଯାଇଛି । ପଞ୍ଚସୂତ୍ରୀ ନିୟମ ଆହୁରି କଡାକଡି ପାଳନ ହେବ । ଆସନ୍ତା ସେପ୍ଟେମ୍ବର ମାସରେ ସମସ୍ତ କାର୍ଯ୍ୟାଳୟ ଜନସାଧାରଣଙ୍କ ନିମନ୍ତେ ଖୋଲାଯିବାର ଯୋଜନା ରହିଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ବାହ୍ନରେ କୋଭିଡ୍ ପରିଚାଳନା କାର୍ଯ୍ୟ ଏବଂ ଅପରାହ୍ନରେ ନରେଗା ଓ ବୃକ୍ଷରୋପଣ କାର୍ଯ୍ୟ ସଂପାଦନା କରିବେ । ସେହିପରି ତହସିଲଦାରଗଣ ପୂର୍ବାହ୍ନରେ କୋଭିଡ୍ କାର୍ଯ୍ୟ ଓ ଅପରାହ୍ନରେ ରାଜସ୍ବ କାର୍ଯ୍ୟରେ ନିୟୋଜିତ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଭିଡିଓ କନଫରେନ୍ସିଂରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟ୍ଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶ ପଟ୍ଟନାୟକ, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details