ଭଞ୍ଜନଗର:ବିଶ୍ବରେ କାୟା ବିସ୍ତାର କରିଛି କୋରୋନା ମହାମାରୀ । ସଂକ୍ରମଣ ଚେନକୁ ଭାଙ୍ଗିବାକୁ ସରକାର ସଟଡାଉନ ,ଲକଡାଉନ ଜାରି ରଖିଛନ୍ତି । ହେଲେ କେତେକ ସ୍ଥାନରେ କୋରୋନା କଟକଣାକୁ ଉଲ୍ଲଙ୍ଘନ କରାଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଗାଁରେ । କାଳଞ୍ଜି ସମାଜ ପକ୍ଷରୁ ଏକ ସଭାର ଆୟୋଜନ ହୋଇଥିଲା ।
କୋରୋନା କଟକଣାକୁ ଫୁ କରି ଚାଲିଥିଲା ସଭାସମିତି, ହଠାତ୍ ପହଞ୍ଚିଗଲା ପୋଲିସ - ganjam news
କୋରୋନା କଟକଣା ଉଲ୍ଲଙ୍ଘନ । ବିନା ମାସ୍କ ସହ ସାମାଜିକ ଦୂରତାରେ ଚାଲିଛି ସଭାସମିତି । ଅଧିକ ପଢନ୍ତୁ....
କୋରୋନା କଟକଣା ଉଲଂଙ୍ଘନ ,ବିନା ମାସ୍କ ସହ ସାମାଜିକ ଦୂରାତରେ ଚାଲିଛି ସଭାସମିତି
କୋରୋନା କଟକଣା ଉଲଂଙ୍ଘନ ,ବିନା ମାସ୍କ ସହ ସାମାଜିକ ଦୂରାତରେ ଚାଲିଛି ସଭାସମିତି
ଏଥିରେ ଶତାଧିକ ଲୋକ ଉପସ୍ଥିତ ଥିବା ବେଳେ କାହା ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା କଥା ଭୁଲି ଯାଇଥିଲେ ସଭିଏଁ । ସେପଟେ, କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଲୋକମାନେ ଦୌଡ଼ି ପଳାଇଥିଲେ । କୋରୋନା କଟକଣାକୁ ଅଣଦେଖା ଅଭିଯୋଗରେ ସଭାପତି ସମେତ ତିନିଜଣକୁ ପୋଲିସ ଅଟକ ରଖିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ