ବ୍ରହ୍ମପୁର: ଗତ ଏକ ସପ୍ତାହ ଧରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସମ୍ପର୍କରେ ସାରା ଜିଲ୍ଲାବାସୀଙ୍କୁ ସଚେତନ କରାଯାଉଥିବା କୋଭିଡ ସଚେତନତା ସପ୍ତାହ ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ବ୍ରହ୍ମପୁର ସହରରେ ଉଦଯାପିତ ହୋଇଯାଇଛି ।
ବ୍ରହ୍ମପୁର ସହରର ଟାଉନ ହଲ ପରିସରରେ ଏହି ଅବସରରେ ସାମାଜିକ ଦୂରତ୍ବ ମଧ୍ୟରେ କୋଭିଡ ସପ୍ତାହ ଉଦଯାପନ ସହିତ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ରାଜ୍ୟ କୋଠାବାଡି ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଜିଲ୍ଲା ପ୍ରଶାସନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।