ଭଞ୍ଜନଗର:ସରକାର ଗୋପାଳକ ଓ ଅନ୍ୟ ପ୍ରାଣୀ ପାଳକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଗୁହାଳ ନିର୍ମାଣ ପାଇଁ ହିତାଧିକାରୀଙ୍କ ପାଖକୁ ଆସୁଥିବା ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ଆସିଛି ଗାମୁଣ୍ଡି ଗ୍ରାମରୁ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର କିଛି ଗୋପାଳକ ଚାଷୀ ଆଦର୍ଶ ଗାଈ ଗୁହାଳ କରି ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଆଦର୍ଶ ଗାଇ ଗୁହାଳ ତିଆରି ହେବାସତ୍ତ୍ବେ ମଧ୍ୟ ଟଙ୍କା ପାଇବାରୁ ପଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗୋପାଳକ ଚାଷୀ l ଟଙ୍କା ପାଇଁ ଗୋପାଳକ ପ୍ରଶାସନ ପାଖକୁ ଦୌଡିବା ସତ୍ତ୍ବେ ମଧ୍ୟ ଟଙ୍କା ନମିଳିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗୋପାଳକ ।