ବ୍ରହ୍ମପୁର: କୋରୋନା ଯୁଦ୍ଧରେ ସଂଗ୍ରାମ କରି ଶହୀଦ ହୋଇଥିବା ଗଞ୍ଜାମର ଚାରି ଜଣ ପୋଲିସ କର୍ମଚାରୀଙ୍କ ପରିବାରଙ୍କୁ ଦିଆଗଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ତେବେ ଆସିକା ଥାନା ଅନ୍ତର୍ଗତ କୋଟିନାଡ଼ା ପୋଲିସ ଫାଣ୍ଡିର କନେଷ୍ଟବଳ ଗୋଲକ ବିହାରୀ ନାୟକ ଗତ ଜୁଲାଇ ମାସ ୧୧ ତାରିଖରେ ମୃତ୍ୟୁବରଣ କରିଥିବା ବେଳେ , ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଏଏସଆଇ ରବିନ୍ଦ୍ର ନାଥ ବେହେରା ଜୁଲାଇ ମାସ ୨୪ , ଅଗଷ୍ଟ ମାସ ୩ ରେ ତାରସିଂ ଥାନାରେ କାର୍ଯ୍ୟରତ ଏଏସଆଇ ଶିବରାମ ଦାସ ଓ କନେଷ୍ଟବଳ ରଙ୍କନିଧି ପ୍ରଧାନ ଗତ ଅକ୍ଟୋବର ମାସ ୧୬ ତାରିଖରେ କୋରୋନା ସଂକ୍ରମଣ ସମୟରେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଥିଲା ।
ଶହୀଦ କୋରୋନା ଯୋଦ୍ଧାଙ୍କ ପରିବାରଙ୍କୁ ଦିଆଗଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
କୋରୋନା ଯୁଦ୍ଧରେ ସଂଗ୍ରାମ କରି ପ୍ରାଣ ହରାଇଥିବା ଗଞ୍ଜାମର ଚାରି ଜଣ ପୋଲିସ କର୍ମଚାରୀଙ୍କ ପରିବାରଙ୍କୁ ଦିଆଗଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ଗଞ୍ଜାମ ପୋଲିସ କାର୍ଯ୍ୟାଳୟର ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ଉପସ୍ଥିତିରେ କୋଭିଡ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
ମୃତ କୋରୋନା ଯୋଦ୍ଧାଙ୍କ ପରିବାରଙ୍କୁ ଦିଆଗଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ରାଜ୍ୟ ତଥା ଜିଲ୍ଲାରେ କୋଭିଡ ମହାମାରୀ ସମୟରେ ନିଜର ସରକାରୀ ଦାୟିତ୍ବ ତୁଲାଇ କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ରାଜ୍ୟ ସରକାର ଘୋଷଣା ଅନୁଯାୟୀ ଏହି ମୃତକଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ଉପସ୍ଥିତିରେ କୋଭିଡ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ