ଓଡିଶା

odisha

ETV Bharat / state

କୋରୋନା ଯୋଦ୍ଧାଙ୍କ ମୃତ୍ୟୁ, କୋରୋନାରେ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ଗ୍ରାମବାସୀ

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସରାବାଡ଼ି ଗ୍ରାମରେ ଜଣେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ତେବେ ଉକ୍ତ ଶିକ୍ଷକ ଜଣଙ୍କ କୋରୋନାରେ ପ୍ରାଣ ହରାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ତୁରନ୍ତ ଏନେଇ ସ୍ପଷ୍ଟ କରିବା ସହ ପରିବାରକୁ ସହାୟତା ଯୋଗାଇବାକୁ କରିଛନ୍ତି ଦାବି । ଅଧିକ ପଢନ୍ତୁ...

By

Published : Jul 22, 2020, 4:13 PM IST

କୋରୋନା ଯୋଦ୍ଧାଙ୍କ ମୃତ୍ୟୁ
କୋରୋନା ଯୋଦ୍ଧାଙ୍କ ମୃତ୍ୟୁ

ଭଞ୍ଜନଗର: ପୁଣି ଆଉ ଏକ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସରାବାଡ଼ି ଗ୍ରାମର ଜଣେ ଶିକ୍ଷକଙ୍କ କୋରୋନା ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଭାସ୍କର ସାହୁ ବୋଲି ଜଣାପଡିଛି ।

କୋରୋନା ଯୋଦ୍ଧାଙ୍କ ମୃତ୍ୟୁ

ତେବେ ପ୍ରଶାସନିକ ସ୍ତରରେ ମୃତକ ଜଣଙ୍କର ସ୍ବାବ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ଯଦି କୋରୋନାରେ ତାଙ୍କର ମୃତ୍ୟୁ ଘଟିଥାଏ ତେବେ ତାଙ୍କ ପରିବାରକୁ କୋରୋନା ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ସୂଚନାନୁଯାୟୀ, ଶିକ୍ଷକ ଜଣଙ୍କ ତିନି ଦିନ ଧରି ଜ୍ବରରେ ପୀଡିତ ଥିଲେ । ତାଙ୍କର ସ୍ବାବ ପରୀକ୍ଷା କରାଯାଇନଥିବା ବେଳେ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟେ ଶିକ୍ଷକ ଜଣଙ୍କ ପୂର୍ବରୁ ସରାବାଡ଼ି ସଂଘରୋଧ କେନ୍ଦ୍ରରେ ପ୍ରବାସୀଙ୍କ ଦାଇତ୍ବରେ ଥିବାବେଳେ ବର୍ତ୍ତମାନ ସରାବାଡ଼ି ରାଜୀବଗାନ୍ଧୀ କୋଭିଡ କେୟାର ସେଣ୍ଟରରେ ଦାଇତ୍ବରେ ଥିଲେ । ସେପଟେ ଜଣେ ଭଲ ଶିକ୍ଷକଙ୍କୁ ହରାଇ ଆଜି ସରାବାଡ଼ି ଗ୍ରାମର ଛାତ୍ରଛାତ୍ରୀ ସମେତ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details