ଓଡିଶା

odisha

ETV Bharat / state

1000 ସ୍ବାବ ସଂଗ୍ରହ କରି ଚର୍ଚ୍ଚାରେ ଥିବା ମଧୁସ୍ମିତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା - କୋରୋନା ଯୋଦ୍ଧା

ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ସୋରଡ଼ା ବ୍ଲକର ମଧୁସ୍ମିତା ସ୍ୱାଇଁ ନାମକ କୋରୋନା ଯୋଦ୍ଧା ନିଜକୁ ରୋଗୀଙ୍କ ସେବାରେ ସମର୍ପିତ କରିଥିବା ଦେଖିବାକୁ ମିଳିଛି ।

corona warrier collect 1000 swab
1000 ସ୍ବାବ ସଂଗ୍ରହ କରି ସମ୍ମାନିତ ହେଲେ କୋରୋନା ଯୋଦ୍ଧା

By

Published : Aug 5, 2020, 1:05 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଠାରେ ସ୍ୱାବ ସଂଗ୍ରହ ଓ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଯାଇଛି । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କୋରୋନା ଚେନକୁ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏପଟେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ମଧୁସ୍ମିତା ସ୍ବାଇଁ ନାମକ ଜଣେ କୋରୋନା ଯୋଦ୍ଧା ନିଜକୁ ରୋଗୀଙ୍କ ସେବାରେ ସମର୍ପିତ କରିଥିବା ଦେଖିବାକୁ ମିଳିଛି ।

1000 ସ୍ବାବ ସଂଗ୍ରହ କରି ସମ୍ମାନିତ ହେଲେ କୋରୋନା ଯୋଦ୍ଧା

ତେବେ ସୋରଡ଼ା ଠାରେ ରୋଗୀ ଚିକିତ୍ସା ହେଉ ଅବା ପରୀକ୍ଷା ନିମନ୍ତେ ସ୍ୱାବ ସଂଗ୍ରହ ଏବଂ ଆଣ୍ଟିଜେନ ଟେଷ୍ଟ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଦିନରାତି ପରିଶ୍ରମ କରୁଛନ୍ତି । ପ୍ରତ୍ୟେକ ଦିନ ଲୋକମାନେ ସ୍ୱାବ ଟେଷ୍ଟ ପାଇଁ ଆସୁଥିବାବେଳେ କୋରୋନାକୁ ନଡରି ଜୀବନକୁ ବାଜି ଲଗାଇ କାମ କରୁଛନ୍ତି କୋଭିଡ ଯୋଦ୍ଧା ମଧୁସ୍ମିତା ।

1000 ସ୍ବାବ ସଂଗ୍ରହ କରି ସମ୍ମାନିତ ହେଲେ କୋରୋନା ଯୋଦ୍ଧା

ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ମଧୁସ୍ମିତା ସ୍ୱାଇଁ 20 ଦିନରେ ଏକ ହଜାରରୁ ଉର୍ଦ୍ଧ୍ବ ସ୍ୱାବ ନମୂନା ସଂଗ୍ରହ କରିଛନ୍ତି । ମନରେ କାମ କରିବା ପ୍ରତି ନା ଅଛି ଘୃଣା ନା ହେଉଛନ୍ତି କ୍ଲାନ୍ତ । ଏହାପରେ ମଧ୍ୟ ଜାରିରଖିଛନ୍ତି ନିଜର କର୍ମମୟ ସଂଘର୍ଷ । ତାଙ୍କର ଏହି ନିଷ୍ଠାପର କର୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲାପାଳ ଟ୍ୱିଟ କରି ପ୍ରଶଂସା କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details