ଓଡିଶା

odisha

ETV Bharat / state

ବ୍ରହ୍ମପୁରରେ ଆରମ୍ଭ ହେଲା ଫିଭର କ୍ଲିନିକ

କୋଭିଡ ଲକ୍ଷଣର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ 8 ଟି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଫିଭର୍ କ୍ଲିନିକ । ଜନସାଧାରଣ ପ୍ରତ୍ୟେକ ଦିନ ସକାଳ 8 ଠାରୁ ଦିନ 12 ଯାଏଁ ଏହାର ସୁବିଧା ନେବା ପାଇଁ ଆହ୍ବାନ କରାଯାଇଛି । ଅଧିକ ଖବର ପଢନ୍ତୁ...

By

Published : Jul 14, 2020, 10:03 AM IST

ବ୍ରହ୍ମପୁରରେ ଆରମ୍ଭ ହେଲା ଫିଭର କ୍ଲିନିକ
ବ୍ରହ୍ମପୁରରେ ଆରମ୍ଭ ହେଲା ଫିଭର କ୍ଲିନିକ

ବ୍ରହ୍ମପୁର: କୋଭିଡ ଲକ୍ଷଣର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ 8 ଟି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଫିଭର୍ କ୍ଲିନିକ । ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଦିନକୁ ଦିନ କୋରୋନାର ପ୍ରଭାବ ବୃଦ୍ଧି ପାଉଥିବାବେଳେ ଏଭଳି ସ୍ଥିତିରେ ସହରରେ ଜ୍ବର, କାଶ ଓ ଥଣ୍ଡା ହେଉଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ସହରରେ ରହିଥିବା ଆଠ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି ।

ବ୍ରହ୍ମପୁରରେ ଆରମ୍ଭ ହେଲା ଫିଭର କ୍ଲିନିକ

ଏଥିରେ ଅଭିଜ୍ଞତା ସମ୍ପୂର୍ଣ୍ଣ ଚିକିତ୍ସକମାନେ ରହିଥିବାବେଳେ ଜନସାଧାରଣ ପ୍ରତ୍ୟେକ ଦିନ ସକାଳ 8 ଠାରୁ ଦିନ 12 ଯାଏଁ ଏହାର ସୁବିଧା ନେବା ପାଇଁ ଆହ୍ବାନ କରାଯାଇଛି । ସହରର ଆସ୍କା ରୋଡସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଆଗାସାହି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ବୈକୁଣ୍ଠନଗର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ଗୁଡସସେଡ୍ ରୋଡ ସହରାଞ୍ଚଳ, ଖୋଡାସିଙ୍ଗି ସହରାଞ୍ଚଳ, ଆମ୍ବପୁଆ ସହରାଞ୍ଚଳ, ଉତ୍ତରାମୁଖୀ ସହରାଞ୍ଚଳ ଏବଂ ସହରର ଏସ୍.ଏଣ୍ଟ.ଟି ରୋଡରେ ରହିଥିବା ରେଡକ୍ରସ୍ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା ଆରମ୍ଭ ହେବ ।

ଏହାରି ମଧ୍ୟରେ ଅନେକ ବ୍ୟକ୍ତବିଶେଷ ସେମାନଙ୍କ ଲକ୍ଷଣ ଲୁଚାଇ ରଖୁଥିବାରୁ ତାହା ନ କରିବାକୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବତୀ ସିଂ ରାଠୋର । ଏପରିକି ସେଭଳି କୌଣସି ବ୍ୟକ୍ତି ସହରର ବିଭିନ୍ନ ଅଞ୍ଚଳରେ ରହିଥିବା ଆଠ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିନପାରିଲେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି ।

୦୬୮୦-୨୨୫୦୨୯୦ ନମ୍ବରରେ ଫୋନ କଲେ ସେମାନଙ୍କ ଘର ନିକଟରେ ପହଞ୍ଚିବ ରାପିଡ୍ ରେସପଣ୍ଡିଂ ଟିମ୍ । ସେମାନେ ସେହି ବ୍ୟକ୍ତିର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପଡିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ ଏବଂ କେଉଁ ଭଳି ଚିକିତ୍ସା କରାଯିବ ତାହାର ଅନୁଧ୍ୟାନ କରିବେ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details