ବ୍ରହ୍ମପୁର: ମହାମାରୀ କୋରୋନାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ନୂତନ ନିର୍ଦ୍ଦେଶନାମା । ଏଣିକି ଜିଲ୍ଲାର ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଗଞ୍ଜାମରେ ସର୍ବସାଧାରଣରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା
ମହାମାରୀ କୋରୋନାକୁ ରୋକିବା ପାଇଁ ଏଣିକି ଜିଲ୍ଲାର ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଆଦାୟ ହେବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ନୂତନ ନିର୍ଦ୍ଦେଶନାମା । ଏଥିସହ ସମସ୍ତଙ୍କ ପାଇଁ ମାସ୍କ ବ୍ୟବହାର ଜରୁରୀ ବୋଲି କୁହାଯାଇଛି ।
କୋରୋନା ଲଢେଇ: ଗଞ୍ଜାମର ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିବା ସହ ଏଥିପ୍ରତି ସମସ୍ତେ ସଚେତନ ହେବାକୁ ଆହ୍ବାନ କରିଛନ୍ତି । ଏଥିସହ ସମସ୍ତଙ୍କ ପାଇଁ ମାସ୍କ ଜରୁରୀ ବୋଲି କୁହାଯାଇଛି । କୋରୋନା ରୂପକ ମହାମାରୀର ଚେନକୁ ଭାଙ୍ଗିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଇତି ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବାର ନଜର ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ