ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଭଞ୍ଜନଗର ସହରର ବିଭିନ୍ନ ଛକ ମାନଙ୍କରେ ଅମାନିଆ ବାଇକ ଚାଳକଙ୍କ ପ୍ରତି ଧରପଗଡ ଜୋରଦାର କରିଛନ୍ତି । ବିନା କାରଣରେ ସାଇକେଲରେ ବୁଲୁଥିବା ଲୋକଙ୍କୁ ତାଗିଦ କରିଥିଲେ ଏବଂ ମାଛ ଦୋକାନରେ ସାମାଜିକ ଦୂରତା ନ ରହିଥିବାରୁ ଜୋରିମାନା ଆଦାୟ କରିଥିଲେ ।
ଆକ୍ସନ ମୁଡରେ ଭଞ୍ଜନଗର ଉପଜିଲ୍ଲାପାଳ, ଅମାନିଆ ଚାଳକଙ୍କୁ କଲେ ତାଗିଦ - ଭଞ୍ଜନଗର ନ୍ୟୁଜ
ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଭଞ୍ଜନଗର ସହରର ବିଭିନ୍ନ ଛକ ମାନଙ୍କରେ ଅମାନିଆ ଚାଳକଙ୍କୁ ତାଗିଦ କରିଛନ୍ତି । ମାଛ ଦୋକାନରେ ସାମାଜିକ ଦୂରତା ନ ରହିଥିବାରୁ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି ।
ଆକ୍ସନ ମୁଡରେ ଭଞ୍ଜନଗର ଉପଜିଲ୍ଲାପାଳ, ଅମାନିଆ ଚାଳକଙ୍କୁ କଲେ ତାଗିଦ
ସେହିପରି ଭିନ୍ନଭିନ୍ନ ସ୍ଥାନରୁ ମୋଟ 12 ହଜାର 200 ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଉ ମଧ୍ୟ ସର୍ବସାଧାରଣ ସ୍ଥାନରେ ଜଣେ ବ୍ୟକ୍ତି ଛେପ ପକାଇବାରୁ ତାଙ୍କ ଠାରୁ 500 ଟଙ୍କା ଜୋରିମାନା ଆଦାୟ ହୋଇଛି । ତେବେ କୋରୋନା ମୁକାବିଲା ପାଇଁ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତାକୁ ରକ୍ଷା କରିବାକୁ ଉପଜିଲ୍ଲାପାଳ ସଚେତନ କରିଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ