ଓଡିଶା

odisha

ETV Bharat / state

ଲିଙ୍ଗରାଜ ଆଇନ କଲେଜ୍‌ରେ LLM ପାଠ୍ୟକ୍ରମ ବନ୍ଦକୁ ବିରୋଧ, ଗର୍ଜିଲା ଯୁବ କଂଗ୍ରେସ - LLM ପାଠ୍ୟକ୍ରମ

ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ପୁନଃ ଅରମ୍ଭ କରିବାକୁ ଦାବି । ରାଜସ୍ୱ କମିଶନରଙ୍କ ଜରିଆରେ ସରକାରଙ୍କ ନିକଟକୁ ଦାବିପତ୍ର ପ୍ରଦାନ କଲା ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ଉଚ୍ଛେଦ ବିରୋଧରେ ଯୁବ କଂଗ୍ରେସର ପ୍ରତିବାଦ
ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ଉଚ୍ଛେଦ ବିରୋଧରେ ଯୁବ କଂଗ୍ରେସର ପ୍ରତିବାଦ

By

Published : Jul 21, 2023, 5:36 PM IST

ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ଉଚ୍ଛେଦ ବିରୋଧରେ ଯୁବ କଂଗ୍ରେସର ପ୍ରତିବାଦ

ବ୍ରହ୍ମପୁର: ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ଉଚ୍ଛେଦ ବିରୋଧରେ ଯୁବ କଂଗ୍ରେସର ପ୍ରତିବାଦ । ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀ ଅଭାବ ରହିଥିବା ଦର୍ଶାଇ ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ LLM ପାଠ୍ୟକ୍ରମକୁ ବନ୍ଦ କରି ଦେଇଛନ୍ତି । ଅଧ୍ୟାପକ ନିଯୁକ୍ତି କରିବା ପରିବର୍ତ୍ତେ ପାଠ୍ୟକ୍ରମକୁ ହିଁ ବନ୍ଦ କରିବାକୁ ନେଇ କର୍ତ୍ତୃପକ୍ଷଙ୍କୁ ନିନ୍ଦା କରିଛି ଗଞ୍ଜାମ ଜିଲ୍ଲାର ଯୁବ ଓ ଛାତ୍ର କଂଗ୍ରେସ । ଏନେଇ ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ସରକାରଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ ପୂର୍ବତନ ଚିଫ୍ ଜଷ୍ଟିସ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଲିଙ୍ଗରାଜ ପାଣିଗ୍ରାହୀଙ୍କ ନାମରେ ଏହି ମହାବିଦ୍ୟାଳୟ ନାମିତ ହୋଇଛି । ୧୯୬୮ ମସିହାରେ ଏହାକୁ ସ୍ଥାପିତ କରାଯାଇଥିଲା । ଆଇନରେ ସ୍ନାତକୋତ୍ତର(LLM) ପାଠ୍ୟକ୍ରମ ୧୯୯୫ ମସିହାରେ ଆରମ୍ଭ ହୋଇଥିଲା । ହେଲେ ହଠାତ୍ ଅଧ୍ୟାପକ ନଥିବା କଥା କହି ଏହି ନିଷ୍ପତ୍ତି ନିଆଯାଇଛି । ଯାହାକି ଦକ୍ଷିଣ ଓଡ଼ିଶାର ସମଗ୍ର ପୁରାତନ ଛାତ୍ର ଓ ଆଇନଜୀବୀଙ୍କୁ ଏହା ଅଧିକ ବ୍ୟଥିତ କରିଛି ।

ପିସିସି ମୁଖପାତ୍ର ପୀତବାସ ପଣ୍ଡା କହିଛନ୍ତି, "ରାଜ୍ୟ ସରକାର ଉତ୍ତମ ଶିକ୍ଷା ବ୍ୟବସ୍ଥା ସହ ସ୍ମାର୍ଟ କ୍ଲାସ ରୁମ ନାଁରେ ସଫଳତା ଡିଣ୍ଡିମ ପିଟୁଛନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଜିଲ୍ଲାରେ ଶିକ୍ଷାକ୍ଷେତ୍ରରେ ପ୍ରଚୁର ଅବହେଲା ପରିଲଖିତ ହେଉଛି । ଛାତ୍ରଛାତ୍ରୀମାନଙ୍କ ପାଠ ପଢିବା ପାଇଁ ଉତ୍ସାହ ରହିଛି କିନ୍ତୁ ଦୁଃଖର କଥା ଅଧ୍ୟାପକ ନାହାନ୍ତି କହି ପାଠ୍ୟକ୍ରମକୁ ବନ୍ଦ କରି ଦିଆଯାଉଛି । ଶିକ୍ଷାକୁ ଯୋଗେଇବାର କାର୍ଯ୍ୟ ହେଉଛି ସରକାର ଏବଂ କର୍ତ୍ତୃପକ୍ଷଙ୍କର କିନ୍ତୁ ଅଧ୍ୟପାକ ପଦବୀ ପୂରଣ ନକରି ପାଠ୍ୟକ୍ରମକୁ ଏହି ଆଳରେ ବନ୍ଦ କରିଦେବା ଏକ ପ୍ରକାର କର୍ତ୍ତୃପକ୍ଷଙ୍କ ଦାୟିତ୍ଵହିନତା କାର୍ଯ୍ଯ ।"

କଂଗ୍ରେସ ଛାତ୍ର ନେତା ବିକାଶ ନାୟକ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ସମୟରେ ବହୁ ଛାତ୍ର ନେତାଙ୍କ ପ୍ରଚେଷ୍ଟାରେ ମହାବିଦ୍ୟାଳୟର ସ୍ୱାର୍ଥ ରକ୍ଷା ପାଇଁ ସଦାସର୍ବଦା କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ ଆଳ ଦେଖାଇ ନିର୍ବାଚନ ବନ୍ଦ କରୁଛନ୍ତି ରାଜ୍ୟ ସରକାର । ଛାତ୍ରଙ୍କ ସ୍ୱରକୁ ସମ୍ପୂର୍ଣ୍ଣ ରୂପେ ଦମନ କରି ସମାଜର ସ୍ୱରକୁ ଦମନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ପାଇଁ ଅନୁମତି ସହ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ପୂର୍ବପରି LLM ପାଠ୍ୟକ୍ରମକୁ ଆରମ୍ଭ କରିବାର ଦାବିକୁ ପୂରଣ କରନ୍ତୁ । ନେଚତ ରାଜଧାନୀରେ ଏହାକୁ ନେଇ ଏକ ବଡଧରଣର ପ୍ରତିବାଦ କରାଯିବ ।"

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details