ଓଡିଶା

odisha

ETV Bharat / state

ମୃତ ମନୋଜ ଜେନାଙ୍କ ପରିବାରକୁ ଭେଟିଲା କଂଗ୍ରେସ ଟିମ - ମନୋଜ ଜେନା

ରାଜ୍ୟ କଂଗ୍ରେସର ଏକ ତିନି ଜଣିଆ ଟିମ ମୃତ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ବାସଭବନରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । କଂଗ୍ରେସର ଏହି ଟିମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ରାଜ୍ଯ ପ୍ରଭାରୀ ଜିତେନ୍ଦ୍ର ସିଂହ ସାମିଲ ଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି ଭଞ୍ଜନଗର

By

Published : May 29, 2019, 11:40 PM IST

ଭଞ୍ଜନଗର: ଆସିକା ବିଧାନସଭା ନିର୍ବାଚନ ମଣ୍ଡଳିର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ହତ୍ଯା ଘଟଣାରେ ଆଠ ଦିନ ବିତି ଯାଇଥିଲେ ମଧ୍ଯ ପୋଲିସ ହତ୍ଯାକାରୀଙ୍କୁ ଧରିବାରେ ବିଫଳ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ରାଜ୍ୟ କଂଗ୍ରେସର ଏକ ତିନି ଜଣିଆ ଟିମ ମୃତ ମନୋଜ ଜେନାଙ୍କ ବାସଭବନରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । କଂଗ୍ରେସର ଏହି ଟିମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ରାଜ୍ଯ ପ୍ରଭାରୀ ଜିତେନ୍ଦ୍ର ସିଂହ ସାମିଲ ଥିଲେ ।

କଂଗ୍ରେସର ଏହି ଟିମ ଘଟଣାକୁ ଦୃଢ଼ ନିନ୍ଦା କରିଥିଲା ବେଳେ ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ଏଥି ସହ ଅତିଶୀଘ୍ର ଅପରାଧିଙ୍କୁ ଗିରଫ କରିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ 22 ତାରିଖ ରାତ୍ରିର ଅନ୍ଧାରରେ ବ୍ରହ୍ମପୁର ଜିଲ୍ଲାର କମାପଲ୍ଲି ଓଭରବ୍ରିଜ ନିକଟରେ ଦୁର୍ବୃତ୍ତମାନେ ଅତି ନିକଟରୁ ମନୋଜଙ୍କୁ ଗୁଳିମାଡ କରି ହତ୍ଯା କରିଥିଲେ ।


ଭଞ୍ଜନଗଗରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details