ଓଡିଶା

odisha

ETV Bharat / state

ବ୍ରହ୍ମପୁରରେ କଂଗ୍ରେସର ଭାରତ ଯୋଡ ଯାତ୍ରା, ସାମିଲ ହେଲେ ହଜାର ହଜାର କର୍ମୀ - ବ୍ରହ୍ମପୁରରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ବ୍ରହ୍ମପୁରରେ ଭାରତ ଯୋଡ ଯାତ୍ରା କଲା କଂଗ୍ରେସ । ସାମିଲ ହେଲେ ହଜାର ହଜାର କର୍ମୀ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ କଂଗ୍ରେସର ଭାରତ ଯୋଡ ଯାତ୍ରା
ବ୍ରହ୍ମପୁରରେ କଂଗ୍ରେସର ଭାରତ ଯୋଡ ଯାତ୍ରା

By

Published : Jan 28, 2023, 9:53 PM IST

Updated : Jan 30, 2023, 2:20 PM IST

ବ୍ରହ୍ମପୁରରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ବ୍ରହ୍ମପୁର:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡ ଯାତ୍ରା ଚାଲିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଓଡିଶାରେ ମଧ୍ୟ ସଂଗଠନ ମଜବୁତ କରିବାକୁ ଅଣ୍ଟା ଭିଡିଛି ପ୍ରଦେଶ କଂଗ୍ରେସ । ରାଜ୍ୟରେ ତୃଣମୂଳ ସ୍ତରରୁ ସୁଦୃଢ କରିବା ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପଦଯାତ୍ରା କରାଯାଉଛି । ଏହି ଅବସରରେ ଆଜି(ଶନିବାର) ବ୍ରହ୍ମପୁରରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ହୋଇଛି । ଏଥିରେ ଓଡି଼ଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ହଜାର ହଜାର କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି ।

ଓଡିଶାରେ ଆୟୋଜିତ ଭାରତ ଯୋଡ ଯାତ୍ରାର ଶେଷ ପର୍ଯ୍ୟାୟର କାର୍ଯ୍ୟକ୍ରମ ରାୟଗଡା ଓ ଗଜପତିରେ ଶେଷ ପରେ ଆଜି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଦେଇ ବ୍ରହ୍ମପୁର ସହରର ଫାଷ୍ଟଗେଟ ଛକ ନିକଟରୁ ବାହାରିଥିଲା । ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଉପସ୍ଥିତିରେ ପିସିସି ସଭାପତି ଶରତ ପଟ୍ଟନାୟକ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବରିଷ୍ଠ କଂଗ୍ରେସ ନେତା ବିସ୍ମୟ ମହାପାତ୍ର, ମାନସ ଚୌଧୁରୀଙ୍କ ସମେତ ଦଳର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।

ଏହି ପଦଯାତ୍ରା ଫାଷ୍ଟଗେଟ ଛକ ଦେଇ ଆସିକା ରୋଡ ହୋଇ ସହର ପରିକ୍ରମା କରିବା ସହିତ ସହରର କମାପଲ୍ଲୀ, କୋର୍ଟପେଟା ଛକ ପରେ ଇଞ୍ଜିନିୟରିଂ ସ୍କୁଲ ରୋଡ ଦେଇ ଆମ୍ବପୁଆ ଠାରେ ଶେଷ ହୋଇଥିଲା । ଦୀର୍ଘ ବର୍ଷର ବ୍ୟବଧାନ ପରେ ବ୍ରହ୍ମପୁର ସହରରେ କଂଗ୍ରେସ ପକ୍ଷରୁ ଏଭଳି ଏକ ବଡ ଧରଣର ଶୋଭାଯାତ୍ରା ଆଯୋଜିତ ହୋଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମ ସହିତ ଆଲୋଚନା କରିଥିଲେ ।

କଂଗ୍ରେସର ପଦଯାତ୍ରାରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ସଫଳତାର ସହ ଶେଷ କରିଥିବାରୁ ପିସିସି ସଭାପତି ଖୁସି ବ୍ୟକ୍ତ କରିଛନ୍ତି । ବ୍ଲକସ୍ତରୀୟ ଅନ୍ୟ ଏକ କାର୍ଯ୍ୟକ୍ରମ 'ହାତ୍ ସେ ହାତ୍ ଯୋଡ' କାର୍ଯ୍ୟକ୍ରମ କରାଯାଇ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଞ୍ଚିବା ପାଇଁ ଯୋଜନା ରହିଥିବା ସେ କହିଛନ୍ତି । ଏପରିକି ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ଏହି ପଦଯାତ୍ରାର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଦଳ ଭଲ ପ୍ରଦର୍ଶନ କରିବା ସହ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ତା'ର ପୂର୍ବ ସ୍ଥିତି ଫେରିପାରିବ ବୋଲି ଆଶାପୋଷଣ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 30, 2023, 2:20 PM IST

ABOUT THE AUTHOR

...view details