ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ନୂତନ କମିଶନର ଭାବେ ଯୋଗ ଦେଇଥିବା ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଜେ. ସୋନାଲ ହଠାତ୍ ବ୍ରହ୍ମପୁର ସହର ଗସ୍ତ କରିଥିଲେ । ନୂତନ ବସଷ୍ଟାଣ୍ଟ ଠାରେ ରହିଥିବା ଆହାର କେନ୍ଦ୍ରରେ ପହଞ୍ଚି ଲୋକଙ୍କ ସହିତ ଧାଡିରେ ଯାଇ ଖାଦ୍ୟ ଖାଇବା ସହ ଏହାର ସ୍ବାଦ ଏବଂ ଗୁଣାବତ୍ତା ତାହାକୁ ଅନୁଧ୍ୟାନ କରିଛନ୍ତି । ଏପରିକି ଆହାର କେନ୍ଦ୍ରର ପରିସର ଏବଂ ବାହାରେ କିପରି ପରିମଳ ବ୍ୟବସ୍ଥା ରହିଛି ତାହାକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି ।
ଆହାର କେନ୍ଦ୍ରରେ ଖାଦ୍ୟର ଗୁଣାବତ୍ତା ଯାଞ୍ଚ କଲେ କମିଶନର
ବ୍ରହ୍ମପୁର ମହାନଗର ନିଗମର ନୂତନ କମିଶନର ଭାବେ ଯୋଗ ଦେଇଥିବା ଜେ. ସୋନାଲ ଶୁକ୍ରବାର ହଠାତ୍ ବ୍ରହ୍ମପୁର ସହର ଗସ୍ତ କରି ଏକ ଆହାର କେନ୍ଦ୍ରରେ ଖାଇବା ସହ ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ
ଆହାର କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିବା ପରେ ଖାଦ୍ୟ ଯୋଗାଣ କରୁଥିବା ସଂସ୍ଥା ସହିତ ଆଲୋଚନା କରିବେ ବୋଲି ସେ କହିଛନ୍ତି । ଅନୁଧ୍ୟାନ ସମୟରେ ସେଠାକାର ବ୍ୟବସ୍ଥା ଉପରେ ସନ୍ତୁଷ୍ଟ ଥିବା ଇଟିଭି ଭାରତ ସହ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ନୂତନ କମିଶନର ଜେ. ସୋନଲ । ପରିଦର୍ଶନ ପରେ ବ୍ରହ୍ମପୁର କମିଶନର କହିଛନ୍ତି ଯେ, "ବ୍ରହ୍ମପୁର ଯେବେଠାରୁ ଆସିଛି ଲୋକମାନେ ବହୁତ ଭଲ ଲାଗିବା ସହ ଏଠାକାର ଖାଇବା ମଧ୍ୟ ବହୁତ ଭଲ ଲାଗିଛି । ଆହାର କେନ୍ଦ୍ରର ସ୍ଥିତି ଦେଖି ମୁଁ ସନ୍ତୁଷ୍ଟ । ଯେଉଁଠାରେ ସୁଧାରିବା ପାଇଁ ଦରକାର ପଡିବ ମୁଁ ନିଜେ ତଦାରଖ କରି କାର୍ଯ୍ୟ କରିବି ।"
ଇଟିଭି ଭାରତ, ବ୍ରହ୍ମପୁର