ବ୍ରହ୍ମପୁର: ସହରରେ 45 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ବନ୍ଦୋବସ୍ତ କରାଯାଇଛି । ସାମାଜିକ ଦୂରତା ନିୟମକୁ ମାନି ପଞ୍ଜିକରଣର କରିଥିବା ବ୍ୟକ୍ତି ଟୀକାକରଣ କେନ୍ଦ୍ରରେ ଟିକା ନେବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ସିଦ୍ଧେଶ୍ବର ବଳୀରାମ ।
ଆସନ୍ତାକାଲି(ସୋମବାର) ଗଞ୍ଜାମରେ ଆରମ୍ଭ ହେବ ଟୀକାକରଣ । ପଞ୍ଜିକରଣ କରିଥିବା ବ୍ୟକ୍ତି ଆସ୍କା ରୋଡ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୁଡସରୋଡ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ଏବଂ ଖୋଡାସିଙ୍ଗି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥକେନ୍ଦ୍ରରେ ଟିକା ନେଇପାରିବେ । ତେବେ ଟୀକାକରଣ କେନ୍ଦ୍ରରେ ଅଧିକ ଗହଳି ନକରିବା ସହ ମାସ୍କ ପରିଧାନ, ସାମାଜିକ ଦୂରତ୍ବ ନିୟମକୁ ମାନି ଟିକା ନେବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି କମିଶନର ସିଦ୍ଧେଶ୍ବର ବଳୀରାମ ବନ୍ଦୋର ।