ଓଡିଶା

odisha

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ସରପ୍ରାଇଜ୍ ଭିଜିଟ

By

Published : Oct 21, 2019, 11:07 PM IST

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଅଚାନକ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର


ଭଞ୍ଜନଗର: ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଅଚାନକ ଗସ୍ତ କରିଛନ୍ତି । ଉଭୟ ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସମସ୍ୟା ପଚାରି ବୁଝିଥିଲେ । ଏହା ସହ ନିରାମୟ ଯୋଜନାରେ ମାଗଣାରେ ଔଷଧ ମିଳୁଛି କି ନାହିଁ ରୋଗୀଙ୍କୁ ପଚାରି ଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ମେଡିକାଲ ପରିସରରେ ବୁଲିବା ସହ ସ୍ବଚ୍ଛତାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ମେଡିକାଲ ପରିସରରେ ରହିଥିବା ଏକ ଘରୋଇ ମେଡିକାଲ ଷ୍ଟୋର ନିଜର ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ଜିଲ୍ଲାପାଳ ତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details