ଓଡିଶା

odisha

ETV Bharat / state

ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ପ୍ରଶାସନର ବୈଠକ

ବସ ଚଳାଚଳ ସ୍ବାଭାବିକ କରିବା ପାଇଁ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ବସ ମାଲିକ ସଙ୍ଘ ଓ ପୋଲିସ ପ୍ରଶାସନର ଆଲୋଚନା ।

By

Published : Jul 17, 2019, 6:05 AM IST

ଫଟୋ ସୌଜନ୍ଯ: ସମ୍ବାଦାଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ଜିଲାପ୍ରଶାସନ ପକ୍ଷରୁ ବସ୍ ମାଲିକ ସଂଘ ଓ ପୋଲିସ ଅଧିକାରୀ ଙ୍କୁ ନେଇ ଆୟୋଜିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ବର୍ତ୍ତମାନର ସିଟି ବସଷ୍ଟାଣ୍ଟ ପରିସରରୁ ସରକାରୀ ବସ୍ ଗୁଡିକୁ ହଳଦିଆପଦର କୁ ପ୍ରଥମେ ଚଳାଚଳ କରିବ । ସହରରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ବସ ଷ୍ଟପେଜ ଠାରୁ ଆରମ୍ଭ କରି ରାସ୍ତା କଡରେ ବେଆଇନ ଭାବରେ ବସ୍ ଗୁଡିକୁ ପାର୍କିଙ୍ଗ୍ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ସହଯୋଗର ଆହ୍ୱାନ କରାଯାଇଛି ।

ଫଟୋ ସୌଜନ୍ଯ: ସମ୍ବାଦାଦାତା, ବ୍ରହ୍ମପୁର

ରାଜ୍ୟ ସରକାରଙ୍କ ପକ୍ଷରୁ ସହରର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ହଳଦିଆପଦର ଠାରେ ନିର୍ମିତ ହୋଇଛି ନୂତନ ବସଷ୍ଟାଣ୍ଡ । ହେଲେ ଉଦଘାଟନ ପରଠାରୁ ବସଷ୍ଟାଣ୍ଡରେ କେତେକ ବୈଷୟିକ ତ୍ରୁଟି କାରଣକୁ ନେଇ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନପାରିବା ନେଇ ବାରମ୍ୱାର ପ୍ରତିବାଦ କରାଯାଇଛି । ପରେ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ହଳଦିଆପଦର ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ସହରର ସିଟି ବସଷ୍ଟାଣ୍ଡ ପରିସରରୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ବସ୍ ଗୁଡିକୁ ନୂତନ ବସଷ୍ଟାଣ୍ଡ ରୁ ଚଳାଚଳ କରିବା ସହ ଏହି ନୂତନ ରୁଟରେ ବସ ଚଳାଚଳ କରିବା ପରେ କିଭଳି ବ୍ୟବସ୍ଥା ରହିବ ଏବଂ କଣ କଣ ସମସ୍ୟା ରହିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details