ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ଆର୍.ଭିନିଲ କ୍ରୀଷ୍ଣା । ଜିଲ୍ଲା ଗ୍ରସ୍ତରେ ଆସି ସଚିବ କ୍ରିଷ୍ଣା ପ୍ରଥମେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ପହଞ୍ଚି ନୂତନ ହକି ସିନ୍ଥେଟିକ୍ ଟ୍ରଫି ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଇଣ୍ଡୋର ଷ୍ଟାଡିୟମର କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ ।
ପରେ ବ୍ରହ୍ମପୁର ଗସ୍ତ କରି ଷ୍ଟାଡିୟମର ଉନ୍ନତିକରଣ ପାଇଁ ୩୭ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟର ସମୀକ୍ଷା କରିଥିଲେ । ଷ୍ଟାଡିୟମ୍ ପରିସରରେ ନିର୍ମାଣାଧୀନ କ୍ରୀଡ଼ା ଛାତ୍ରାବାସ, ଖେଳ ପଡ଼ିଆ, ସ୍ବୁମିଙ୍ଗପୁଲ ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିର୍ମାଣ କାର୍ଯ୍ୟ ତ୍ବାରାନିତ ଭାବେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସହରର ବୈକୁଣ୍ଠନଗର ଠାରେ ନିର୍ମାଣାଧୀନ ସ୍ପୋର୍ଟ୍ସ ଏରିନା ପରିଦର୍ଶନ କରିଥିଲେ । ବ୍ରହ୍ମପୁର ଗସ୍ତ ପରେ ସଚିବ ଆର. ଭିନିଲ କ୍ରୀଷ୍ଣା ହିଞ୍ଜିଳି ଗସ୍ତକରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।