ଓଡିଶା

odisha

ETV Bharat / state

ଗଞ୍ଜାମରେ ଏଡସ ରୋଗୀଙ୍କ ବିବାହ: କନ୍ୟାଦାନ କଲେ ଜିଲ୍ଲାପାଳ, ନବୀନ ଦେଲେ ଆଶୀର୍ବାଦ - Newly-Wed HIV Positive Couple

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେଲେ 2 ଏଡସ୍‌ ରୋଗୀ । ହିନ୍ଦୁ ଧର୍ମର ରୀତିନୀତିରେ ଦୁହେଁ ଦୁହିଁକୁ ଦେଲେ ଆଜୀବନ ଏକାଠି ରହିବାର ପ୍ରତିଶ୍ରୁତି । ଆଉ ବାପା କନ୍ୟାଦାନ କଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଅଧିକ ପଢନ୍ତୁ..

ଗଞ୍ଜାମରେ ଏଡସ ରୋଗୀଙ୍କ ନିଆରା ବିବାହ, କନ୍ୟାଦାନ କଲେ  ଜିଲ୍ଲାପାଳ
ଗଞ୍ଜାମରେ ଏଡସ ରୋଗୀଙ୍କ ନିଆରା ବିବାହ, କନ୍ୟାଦାନ କଲେ ଜିଲ୍ଲାପାଳ

By

Published : Feb 27, 2021, 3:35 PM IST

Updated : Feb 27, 2021, 9:00 PM IST

ଗଞ୍ଜାମ: ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେଲେ 2 ଏଡସ୍‌ ରୋଗୀ । ହିନ୍ଦୁ ଧର୍ମର ରୀତିନୀତିରେ ଦୁହେଁ ଦୁହିଁକୁ ଦେଲେ ଆଜିବୀନ ଏକାଠି ରହିବାର ପ୍ରତିଶ୍ରୁତି । ଆଉ ଉଭୟ ନବବିବାହିତ ଦମ୍ପତିଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଆର୍ଶୀବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଞ୍ଜାମରେ ଏଡସ ରୋଗୀଙ୍କ ବିବାହ: କନ୍ୟାଦାନ କଲେ ଜିଲ୍ଲାପାଳ, ନବୀନ ଦେଲେ ଆଶୀର୍ବାଦ

ଏଭଳି ନିଆରା , ପ୍ରେରଣାଦାୟୀ ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ରାଜ୍ୟର ସର୍ବାଧିକ ଏଡସ ରୋଗୀ ଚିହ୍ନଟ ହୋଇଥିବା ଗଞ୍ଜାମରେ ପ୍ରଥମ ଥର ପାଇଁ ଏଡସ ଆକ୍ରାନ୍ତ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ଜିଲ୍ଲା ପ୍ରଶାସହ ସହାୟତା ଓ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍ୟାଦାନ କରିଛନ୍ତି ।

ଜନ୍ମ ହେଲା ପରେ ବାପା ମାଆଙ୍କ ସ୍ନେହ କଣ ଭଲ ଭାବରେ ପାଇନଥିଲେ ଦୁହେଁ । ପିଲାଟି ଦିନରୁ ପାଠ ପଢିବା ଠାରୁ ଆରମ୍ଭ କରି ଆତ୍ମନିର୍ଭରଶୀଳ ପର୍ଯ୍ୟନ୍ତ ବାଲ୍ୟ ଓ କିଶୋର ଅବସ୍ଥା କଟିଥିଲା ଶ୍ରଦ୍ଧା ସଞ୍ଜିବନୀ କେନ୍ଦ୍ରରେ । ପିଲାଟି ଦିନରୁ ସାଥୀ ହୋଇ ଖେଳୁଥିବା ଏହି ଦମ୍ପତ୍ତି ଉଚ୍ଚ ଶିକ୍ଷା ଶେଷ କରିବା ପରେ ଦୁହେଁ ନିଯୁକ୍ତି ପାଇଥିଲେ ହ୍ରାଇଦାବାଦରେ । ଶେଷରେ ଆତ୍ମନିର୍ଭରଶୀଳ ହେବା ପରେ ପିଲା ଦିନେ ସାଥୀ ହୋଇ ଖେଳୁଥିବା ଦୁଇ ଅନ୍ତେବାସୀ ନିଷ୍ପତ୍ତି ନେଇଥିଲେ ବିବାହ ବନ୍ଧନରେ ହେବା ପାଇଁ ଆବଦ୍ଧ । ପ୍ରଶାସନ ଏବଂ ସରକାରଙ୍କ ଉଦ୍ୟମରେ ଏଭଳି ଏକ ନିଆରା ବିବାହ ଆୟୋଜିତ ହୋଇଯାଇଛି ଗୋପାଳପୁରରେ ।

ସେପଟେ ଦୀର୍ଘ ବର୍ଷ ଧରି କେନ୍ଦ୍ରରେ ରହୁଥିବା ଦୁଇ ଅନ୍ତେବାସୀ ନିଜେ ଆତ୍ମନିର୍ଭରଶୀଳ ହେବା ପରେ ବିବାହ ପାଇଁ ନେଇଥିବା ନିଷ୍ପତ୍ତି ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ପାଲଟିଛି । ଏଡସ୍ ରେ ଆକ୍ରାନ୍ତ ଅନେକ ପରିବାରର ବାପା ମାଆ ଛେଉଣ୍ଡ ଶିଶୁ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଆଣିବା ପାଇଁ ୨୦୦୭ ମସିହା ଡିସେମ୍ବର ୨୧ ତାରିଖରେ ଆରମ୍ଭ ହୋଇଥିବା ଶ୍ରଦ୍ଧା ସଞ୍ଜିବନୀ ରେ ଏହି ବିବାହ କୁ ନେଇ ଟିକେ ଭିନ୍ନ ଧରଣର ଥିଲା ମାହୋଲ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 27, 2021, 9:00 PM IST

ABOUT THE AUTHOR

...view details