ଓଡିଶା

odisha

ETV Bharat / state

ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଦୁଇ ଆହତ ଜଣେ ଗୁରୁତର

ଦୁଇ ପରିବାର ମଧ୍ୟରେ ହୋଇଥିବା ସଂଘର୍ଷରେ ଦୁଇ ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଗୁରୁତ୍ତର ମହିଳାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ କରାଯାଇଛି ସ୍ଥାନାନ୍ତର । ଅଧିକ ପଢନ୍ତୁ...

By

Published : Jul 12, 2021, 10:52 PM IST

ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଦୁଇ ଆହତ ଜଣେ ଗୁରୁତର
ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଦୁଇ ଆହତ ଜଣେ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କୁମ୍ଭାର ଗାଁରେ ଦୁଇ ପରିବାର ମଧ୍ୟରେ ହୋଇଥିବା ସଂଘର୍ଷ ଯୋଗୁଁ ଦୁଇଜଣ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତ୍ତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ନିଆଯାଇଥିଲା । ସୂଚନା ଅନୁଯାୟୀ ଗ୍ରାମର ବାଉରିବନ୍ଧୁ ସାହୁଙ୍କ ପରିବାର ଓ କିଶୋର ଚନ୍ଦ୍ର ପାଢ଼ୀଙ୍କ ପରିବାର ମଧ୍ୟରେ ଘର ସନ୍ଧିକୁ ନେଇ ସଂଘର୍ଷ ଘଟିଛି । ଉଭୟ ପରିବାର ମଧ୍ୟରେ ବହୁ ଦିନ ହେଲା ଜାଗା ସନ୍ଧିକୁ ନେଇ ବିବାଦ ଲାଗି ରହିଥିଲା । ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ଝଗଡା ଚରମସୀମାରେ ପହଞ୍ଚିଥିଲା ।

ବାଉରିବନ୍ଧୁ ସାହୁଙ୍କ ସ୍ତ୍ରୀ ସାବିତ୍ରୀ ବାରିପଟେ ଥିବା ବେଳେ କିଶୋର ଚନ୍ଦ୍ର ପାଢିଙ୍କ ପୁତ୍ର ରାମକୃଷ୍ଣ ପାଢି ସାବିତ୍ରୀଙ୍କୁ ଗାଳି ଗୁଳଜ କରିବା ସହ ଆକ୍ରମଣ କରିଥିଲେ । ସାବିତ୍ରୀଙ୍କ ପୁଅ ଆଉ ବୋହୁ ଆକ୍ରମଣକୁ ପ୍ରତିରୋଧ କରିବାରୁ ସେମାନେ ଦୁହେଁ ରାମକୃଷ୍ଣର ଆକ୍ରମଣ ଶିକାର ହୋଇଥିଲେ । ପ୍ରଥମେ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଉଭୟେ ଭର୍ତ୍ତି ହୋଇଥିଲେ । ସେଠାରେ ସାବିତ୍ରୀଙ୍କ ବୋହୂର ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ବେଗୁନିଆପଡ଼ା ଫାଣ୍ଡିରେ ସାବିତ୍ରୀ ଏକ ଲିଖିତ ଏତଲା ଦାଏର କରିଥିବା ଜଣାପଡ଼ିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details