ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ରକ୍ତାକ୍ତ ସଂଙ୍ଘର୍ଷ ଘଟିଛି । ସଂଘର୍ଷରେ ଗୋଟିଏ ପରିବାରର ବାପା, ପୁଅ ଓ ବୋହୂ ଗୁରୁତର ଆହତ ହୋଇଛନ୍ତି ।
ସୂଚନାନୁଯାୟୀ ଗ୍ରାମର ରାମ ତରେଇ ଓ ବିନୋଦ ତରେଇ ଦୁଇ ଭାଇଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୀର୍ଘ ଦିନ ଧରି ସଂଘର୍ଷ ଲାଗି ରହିଥିଲା । ତେବେ ଶନିବାର ରାତିରେ ଏହି ପାରିବାରିକ କଳହ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଗ୍ରାମର ଠାକୁରାଣୀ ମନ୍ଦିର ପଛପଟେ ରହୁଥିବା ରାମ ତରେଇଙ୍କ ଘରେ ବିନୋଦ ତରେଇଙ୍କ ପରିବାର ଲୋକେ ପଶି ଆକ୍ରମଣ କରିଥିଲେ ।