ଓଡିଶା

odisha

ETV Bharat / state

ଟ୍ବିଟ ପରେ ବାଲ୍ୟବିବାହ କରିଥିବା ନାବାଳିକା ଉଦ୍ଧାର

ସୋରଡା ବ୍ଲକର ମୁଡେସକୂପା ଗାଁରେ ବାଲ୍ୟବିବାହ ହୋଇଥିବା ଖବର ପାଇ ସମନ୍ନିତ ଶିଶୁ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଅଚାନକ ଚଢାଉ । ବାଲ୍ୟବିବାହ କରିଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଦ୍ଧାର କରି ଚାଇଲ୍ଡ ହେଲ୍ପ ଲାଇନକୁ ହସ୍ତାନ୍ତର କରାଯାଇଛି ।

ganjam
child marriage

By

Published : Nov 30, 2019, 4:26 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ବଡଗଡ ଥାନା ଅନ୍ତର୍ଗତ ମୁଡେସକୂପା ଗାଁରେ ବାଲ୍ୟବିବାହ ହୋଇଥିବା ଖବର ପାଇ ସମନ୍ନିତ ଶିଶୁ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଅଚାନକ ଚଢାଉ । ବାଲ୍ୟବିବାହ କରିଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ବାଲ୍ୟବିବାହ କରିଥିବା 8ମ ଶ୍ରେଣୀ ଛାତ୍ରୀ ଉଦ୍ଧାର

ସୂଚନାନୁସାରେ, ବାଲ୍ୟବିବାହ କରିଥିବା ନାବାଳିକାର ପରିବାର ପୁରୀ ଜିଲ୍ଲା ପିପିଲି ଅଞ୍ଚଳର । ସେଠାକାର ଏକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ଗଲା ଦୁଇମାସ ହେବ ବିଦ୍ୟାଳୟରୁ ନିଖୋଜ ହୋଇଯାଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟ୍ବିଟ ମାଧ୍ୟମରେ ଅବଗତ କରାଇବାପରେ ଏହି ବାଲ୍ୟବିବାହ ଘଟଣା ପଦାକୁ ଆସିଥିଲା ।

ଖବର ମୁତାବକ,ସୁନୀଲ ମାମୁଁ ଘରକୁ ବୁଲିବାବୁ ଯାଇଥିଲେ । ସେଠାରେ ମାମୁଁଙ୍କ ନାବାଳିକା ଝିଅକୁ ନେଇ ଆସି ବିବାହ କରିଥିବା ଜଣାପଡିଛି । ତେବେ ଗତଶୁକ୍ରବାର ଦିନ ପ୍ରଶାସନ ନାବାଳିକାକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details