ବ୍ରହ୍ମପୁର: ରତ୍ନେଇ ପାହାଡ଼ ନିକଟରୁ ଉଦ୍ଧାର ହେଲା ମୃତ ହାତୀ ଛୁଆ । ଘଟଣା ସ୍ଥଳରେ ଆସିକା ବନବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଚାଷ ଜମିର କାଦୁଅ ଓ ପଙ୍କରେ ଫଶିଯାଇ ମୃତ୍ୟୁ ସନ୍ଦେହ ।
ରତ୍ନେଇ ପାହାଡ଼ ନିକଟରୁ ମୃତ ହାତୀଛୁଆ ଉଦ୍ଧାର, କାଦୁଅରେ ଫସି ମୃତ୍ୟୁ ସନ୍ଦେହ - elephant dead body found news
ଗଞ୍ଜାମ ଜିଲ୍ଲା ଆସିକା ବନଖଣ୍ଡ ଅନ୍ତର୍ଗତ ରତ୍ନେଇ ପାହାଡ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର । ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିବାବେଳେ ଚାଷ ଜମିର କାଦୁଅରେ ଫସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...
ଗଞ୍ଜାମ ଜିଲ୍ଲାର ଆସିକା ବନଖଣ୍ଡ ଅଧିନସ୍ଥ ରତ୍ନେଇ ପାହାଡ଼ ନିକଟରୁ ଏକ ମୃତ ହାତୀ ଛୁଆ ଉଦ୍ଧାର ହୋଇଛି । ଲାଉଗଡ଼ ଧାନ ବିଲରୁ ଦେଢ଼ ମାସର ଏହି ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି l ଜନବସତି ଆଡକୁ ଗୋଟିଏ ହାତୀପଲ ଖାଦ୍ୟ ଅନ୍ବେଷଣରେ ଆସି ଶେରଗଡ଼, ଧରାକୋଟ ଅଞ୍ଚଳର ଧାନ ଫସଲ ନଷ୍ଟ କରିଥିଲେ । ପୂର୍ବରୁ ମଧ୍ୟ ହାତୀ ଏହି ଅଞ୍ଚଳରେ ଉପଦ୍ରବ କରୁଥିବ ସୂଚନା ରହିଥିଲା । ଗତକାଲି ରାତ୍ରରେ ଲାଉଗଡ ଅଞ୍ଚଳର ଧାନ ଚାଷ ଜମିର କାଦୁଅ ଏବଂ ପଙ୍କରେ ଲାଗିଯାଇ ଅଣ୍ଡିରା ହାତୀ ଛୁଆର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି l ଘଟଣାସ୍ଥଳରେ ଆସିକା ବନଖଣ୍ଡ ଅଧିକାରୀ ପହଞ୍ଚି ହାତୀ ଛୁଆର ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଛେଦ ନିମନ୍ତେ ପଠାଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ