ଭଞ୍ଜନଗର:ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 2 ଯୁବକଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଲିଛି ଗଞ୍ଜାମ ଜିଲ୍ଲା ଅ।ସିକା ଅଞ୍ଚଳରେ । ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲା ଅ।ସିକା ପୋଲିସ ପାଟ୍ରୋଲିଂ ଜାରି ରହିଥିବା ବେଳେ ଖଣ୍ଡଦେଉଳି ଗାଁ ନିକଟରୁ 53 କିଲୋ 750 ଗ୍ରାମ ଗଞ୍ଜେଇକୁ ଜବତ କରିବାରେ ସକ୍ଷମ ହୋଇଛି ।
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ - ଅ।ସିକା ପୋଲିସ
ଆସିକା ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ । ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ । ଅଧିକ ପଢନ୍ତୁ...
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ
ଏଥିସହ ପୋଲିସ ଦୁଇ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ପିକଅପ ଗାଡିକୁ ମଧ୍ୟ ଜବତ କରିଛି । ତେବେ ଏମାନେ ଅନେକ ଦିନ ଧରି ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ହେଲେ ସେମାନେ କନ୍ଧମାଳରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡିବସିଥିଲା ପୋଲିସ । ଏହି ଚୋରା ଚାଲାଣରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ