ଓଡିଶା

odisha

ETV Bharat / state

କୋରୋନା କାଳରେ କ୍ୟାମ୍ପାସ୍ ନିଯୁକ୍ତି ମେଳା, ସ୍ୱତନ୍ତ୍ର ବସରେ ୪୦ ବିଦ୍ୟାର୍ଥୀ ଗଲେ ଗୁଜୁରାଟ - Campus employment

କୋରୋନା କାଳରେ କ୍ୟାମ୍ପାସ୍ ନିଯୁକ୍ତି ମେଳା । କ୍ୟାମ୍ପାସ୍ ଚୟନ ନିଯୁକ୍ତି ମେଳାରେ ମୋଟ ୫୭୭ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ୪୬୦ ବିଦ୍ୟାର୍ଥୀ ଚୟନ ହୋଇଥିବା ଜଣାଯାଇଛି । ଅଧିକ ପଢନ୍ତୁ...

Campus employment during Corona in Berhampur
କୋରୋନା କାଳରେ କ୍ୟାମ୍ପାସ୍ ନିଯୁକ୍ତି ମେଳା, ସ୍ୱତନ୍ତ୍ର ବସରେ ୪୦ ବିଦ୍ୟାର୍ଥୀ ଗଲେ ଗୁଜୁରାଟ

By

Published : Dec 10, 2020, 9:26 PM IST

ବ୍ରହ୍ମପୁର: କୋରୋନା କାଳରେ କ୍ୟାମ୍ପାସ୍ ନିଯୁକ୍ତି ମେଳା । ସୁଜିକି ମୋଟରସ୍ ପକ୍ଷରୁ ବ୍ରହ୍ମପୁର ସହରର ସରକାରୀ ଆଇଟିଆଇ ପରିସରରେ ଆୟୋଜିତ ହୋଇଥିବା କ୍ୟାମ୍ପାସ୍ ଚୟନ ନିଯୁକ୍ତି ମେଳାରେ ମୋଟ ୫୭୭ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ୪୬୦ ବିଦ୍ୟାର୍ଥୀ ଚୟନ ହୋଇଥିବା ଜଣାଯାଇଛି ।

ଆଉ ସେଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ବିଦ୍ୟାର୍ଥୀଙ୍କୁ ସ୍ୱତନ୍ତ୍ର ବସ୍ ରେ ସୁଜିକି ମୋଟରସ୍ ପକ୍ଷରୁ ଗୁଜୁରାଟ ନିଆଯାଇଛି । ପ୍ରତେକ ବିଦ୍ୟାର୍ଥୀଙ୍କୁ ମାସିକ ୨୦ ହଜାର ଟଙ୍କା ଦରମାରେ ଏହି ନିଯୁକ୍ତି ଦିଆଯାଇଥିବା ଇଟିଭି ଭାରତକୁ ସୂଚନା ଦେଇଛନ୍ତି ଆଇଟିଆଇର ଅଧ୍ୟକ୍ଷ ରଜତ ପାଣିଗ୍ରାହୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details