ଓଡିଶା

odisha

ETV Bharat / state

ଚାଷୀଙ୍କୁ ମଣ୍ଡି ଚିନ୍ତା: ରାଜରାସ୍ତାରେ ଧାନବସ୍ତା, ଗାଡି ଚଳାଚଳ ବାଧାପ୍ରାପ୍ତ

ଆଜି ମଧ୍ୟ ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ । ଯାହାର ପ୍ରତିବାଦରେ ଗୁରୁବାର ବୁଗୁଡାର ଶତାଧିକ ଚାଷୀ ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କରିଛନ୍ତି ।

By

Published : Feb 7, 2019, 5:41 PM IST

ରାଜରାସ୍ତାରେ କୃଷକ


ଖୋଳଖାଳି ସମବାୟ ସମିତିରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନେକ ଦିନ ହେଲା ମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛି । କେତେକ ଚାଷୀ ବାରମ୍ବାର ମଣ୍ଡିକୁ ଧାନ ଆଣି ଫେରି ଯାଉଛନ୍ତି । ସେପଟେ ଅଧିକାରୀମାନେ ମଣ୍ଡିର ଟାର୍ଗେଟ ପୂରଣ ହୋଇଥିବା କହି ନିଜ ଉପରୁ ଦୋଷ ହଟାଇ ଦେଉଥିବା ଅଭିଯୋଗ ହୋଇଛି ।

ଆଉ ପ୍ରଶାସନର ଏହି ଟାଳଟୁଳ ନୀତିରେ ପେଷି ହୋଇଯାଉଛନ୍ତି ବୁଗୁଡା ବ୍ଲକରେ ଶତାଧିକ ଚାଷୀ । ଶେଷରେ ନିରାଶ ହୋଇ ଗୁରୁବାର ଚକରାପଲ୍ଲୀ, ତାଳସାକର, ବେଲପୁର, ଖୋଳଖାଳି ଏହିପରି ଅନେକ ଗ୍ରାମର ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନେ ଅମଳ କରିଥିବା ଧାନବସ୍ତାକୁ ରାଜରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି ।

ଚାଷୀଙ୍କ ଏହି ଆନ୍ଦୋଳନ ଯୋଗୁଁ ଆସିକା-ଭୁବନେଶ୍ବର ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୁଧବାର ବ୍ଲକ ପ୍ରଶାସନକୁ ସମସ୍ୟାର ସମାଧାନ ପାଇଁ ଚାଷୀମାନେ କହିଥିଲେ । ଯଦି ସମସ୍ୟା ସମାଧାନର ବାଟ ନ ବାହାରେ, ତେବେ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସେମାନେ ରାଜରାସ୍ତାରେ ଧାନବସ୍ତା ପକାଇ ରାସ୍ତାରୋକ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details