ଭଞ୍ଜନଗର: ସାଧାରଣ ବଚସାରୁ ହତ୍ୟାକାଣ୍ଡ। କୌଶଳ କ୍ରମେ ଡାକି ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଗୋଡ ହାତ ମୁହଁକୁ ବାନ୍ଧି କୂଅରେ ପକାଇଥିଲା ଅଭିଯୁକ୍ତ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ, ଗତ 5 ତାରିଖରେ ଶଙ୍କର ମହାନ୍ତି ନିଖୋଜ ହୋଇଯାଇଥିଲେ । ଏନେଇ ତାଙ୍କ ମା ଇନ୍ଦୁମତୀ ମହାନ୍ତି 6 ତାରିଖରେ ଜଗନ୍ନାଥପ୍ରସାଦ ଥାନାରେ ପୁଅର ନିଖୋଜ ନେଇ ଏତଲା ଦେଇଥିଲେ । ଘଟଣାକୁ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିବାବେଳେ 7 ତାରିଖରେ ସହରରେ ଥିବା ଯୁଧିଷ୍ଠିର ବିଦ୍ୟାଳୟ ପଛପଟ ଏକ ପରିତ୍ୟକ୍ତ କୂଅରୁ ଶଙ୍କର ମହାନ୍ତିର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା ।