ଓଡିଶା

odisha

By

Published : Mar 2, 2021, 9:16 PM IST

ETV Bharat / state

ଜଙ୍ଗଲରେ ନିଆଁ ଲିଭାଇବାବେଳେ ବୋମା ଜବତ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଦମକଳ ବାହିନୀ ଜଙ୍ଗଲରେ ନିଆଁ ଲିଭାଇବାବେଳେ ମିଳିଲା ବୋମା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

bomb seize in kabisuryanagar
ଜଙ୍ଗଲରେ ନିଆଁ ଲିଭାଇବାବେଳେ ବୋମା ଜବତ

ଭଞ୍ଜନଗର:ନିଆଁ ଲିଭାଇବେଳେ ମିଳିଲା ବୋମା । କବି ସୂର୍ଯ୍ୟନଗରରେ ଦମକଳ ବାହିନୀ ଜଙ୍ଗଲରେ ନିଆଁ ଲିଭାଇବାବେଳେ ମିଳିଲା ବୋମା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

ଜଙ୍ଗଲରେ ନିଆଁ ଲିଭାଇବାବେଳେ ବୋମା ଜବତ

ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଥାନା ପାଇକଜମୁନା ଗାଁ ସିଦ୍ଧେଶ୍ବର ଜଙ୍ଗଲରେ ଅଚାନକ ନିଆଁ ଲାଗି ଯାଇଥିଲା । ତେବେ ଏହି ନିଆଁକୁ ଲିଭାଇବା ପାଇଁ କବିସୂର୍ଯ୍ୟନଗର ଦମକଳ ବାହିନୀ ପହଞ୍ଚି ନିଜ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ନିଆଁ ଲିଭାଉଥିବା ବେଳେ ହଠାତ୍ ଏକ ବ୍ୟାଗରୁ ଚାରୋଟି ବୋମା ମିଳିଥିବା ଜଣାପଡିଛି । ତେବେ କିଏ ବୋମା ରଖିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ବୋମାକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details