ଓଡିଶା

odisha

ETV Bharat / state

ବୁଗୁଡାରେ ଫୁଟିଲା ବୋମା, 6 ଗୁରୁତର - bomb attack

ଗଞ୍ଜାମରେ ବୁଗୁଡା ଥାନା ଅଧିନସ୍ଥ ଗୋଲିଆ ଗାଁରେ ବୋମାମାଡ । ଫଳରେ 6ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bomb attack
ବୁଗୁଡାରେ ଫୁଟିଲା 6ଟି ବୋମା, 6 ଗୁରୁତର

By

Published : Dec 19, 2019, 9:11 PM IST

ଭଞ୍ଜନଗର: ଗଞ୍ଜାମରେ ପୁଣି ଫୁଟିଲା ବୋମା । ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗାଁରେ ବୋମାମାଡ ହୋଇଛି । କିଛି ଦୁର୍ବୃତ୍ତ ଗାଁ ଛକରେ 6ଟି ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଫଳରେ 6 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ବୋମାମାଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରାଜନୈତିକ ଶତ୍ରୃତା କାରଣରୁ ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଅଶାନ୍ତ ପରିସ୍ଥିତିକୁ ଦେଖି ଗାଁରେ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details