ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୂଅରୁ ଆଜି ସକାଳେ ଏକ ହାତଗୋଡା ବନ୍ଧା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ନୟାଗଡ଼ ଜିଲ୍ଲା ଚମ୍ପେଇତପୁର ଗ୍ରାମର ରଞ୍ଜନ ମହାନ୍ତି ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ମୃତ ରଞ୍ଜନଙ୍କର ମା ଇନ୍ଦୁମତୀ ମହାନ୍ତି ଜଣେ ଅଙ୍ଗନବାଡି ହେଲପର ଭାବେ କାମ କରୁଥିବାବେଳେ ସେ ଦୀର୍ଘ 10 ବର୍ଷ ହେଲା ଜଗନ୍ନାଥପ୍ରସାଦରେ ରହିଆସୁଥିଲେ । ତିନିଦିନ ତଳେ ରଞ୍ଜନ କେଉଁ ଆଡେ ଚାଲି ଯାଇଥିବା ଜଣାପଡିଥିଲା । ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ନମିଳିବାରୁ ଗତକାଲି ପୁଅର ନିଖୋଜ ନେଇ ଗତକାଲି ଥାନାରେ ଅଭିଯୋଗ କରିଥିଲେ ମା ଇନ୍ଦୁ ମହାନ୍ତି ।