ଓଡିଶା

odisha

ETV Bharat / state

ବନ ବିଭାଗ ହାତରେ ଧରା ପଡିଲା ବିରଳ କୃଷ୍ଣସାର ମୃଗ ଶିକାରୀ

ଜଗନ୍ନାଥ ପ୍ରସାଦ ବନାଞ୍ଚଳ ହରିଡାପଦର ଗାଁରେ କୃଷ୍ଣସାର ମୃଗକୁ ଶିକାର କରି ମାଂସ ବିକୁଥିବାବେଳେ ଜଣକୁ ଗିରଫ କରିଛି ବନ ବିଭାଗ । ଅଭିଯୁକ୍ତ ଠାରୁ ଗୋଟିଏ ସାଇକେଲ, ଗୋଟିଏ ଛୁରୀ, ୩କିଲୋ କୃଷ୍ଣସାର ମୃଗ ମାଂସ ଜବତ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Sep 2, 2019, 4:07 AM IST

ଭଞ୍ଜନଗର: ବିରଳ କୃଷ୍ଣସାର ମୃଗକୁ ଶିକାର କରି ମାଂସ ବିକୁଥିବାବେଳେ ଅଭିଯୁକ୍ତକୁ ବନବିଭାଗ ଅଧିକାରୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ଜଣକ ହେଲେ ହରିଡାପଦର ଗ୍ରାମର ପ୍ରକାଶ ନାଇକ ।

ଖବରମୁତାବକ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବନାଞ୍ଚଳ ହରିଡାପଦର ଗାଁରେ କୃଷ୍ଣସାର ମୃଗକୁ ଶିକାର କରି ମାଂସ ବିକୁଥିବାବେଳେ ବନ ବିଭାଗ ପ୍ରକାଶ ନାୟକକୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ଗୋଟିଏ ସାଇକେଲ, ଗୋଟିଏ ଛୁରୀ, ୩କିଲୋ କୃଷ୍ଣସାର ମୃଗ ମାଂସ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଅନ୍ୟପଟେ କୃଷ୍ଣସାର ମୃଗକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଗର୍ବିତ । ଏହି ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ବିରଳ କୃଷ୍ଣସାର ମୃଗ ଦେଖିବାକୁ ମିଳୁଥିବାବେଳେ ସେମାନଙ୍କ ସୁରକ୍ଷା ନେଇ ସବୁବେଳେ ପ୍ରଶ୍ନ ଉଠିଛି । କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ କୁକୁରର ଶୀକାର ହେଉଛି ତ ଆଉ କେତେବେଳେ ଶିକାରୀ କବଳରେ ପଡୁଛନ୍ତି ଏହି ବିରଳ କୃଷ୍ଣ ସାର ମୃଗ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details