ଭଞ୍ଜନଗର: ଜଙ୍ଗଲର ଅସୁରକ୍ଷିତ ବନ୍ୟଜନ୍ତୁ । ଗଞ୍ଜାମ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି କୃଷ୍ଣସାର ମୃଗର ମୃତଦେହ । ପୋଲସରା ବନାଞ୍ଚଳ ନୂଆଁ ଖରିଡା ଗ୍ରାମ ନିକଟରେ ଥିବା ଏକ ଜମିରେ କ୍ଷତବିକ୍ଷତ ଅବସ୍ଥାରେ କୃଷ୍ଣସାର ମୃଗର ମୃତଦେହ ପଡିରହିଛି । ସେପଟେ ମୃଗଟିର ମୃତ୍ୟୁର କାରଣ ଜଣାପଡିନାହିଁ ।
କୃଷ୍ଣସାର ମୃଗର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - deer dead
ପୋଲସରା ବନାଞ୍ଚଳ ନୂଆଁ ଖରିଡା ଗ୍ରାମ ନିକଟରେ ଥିବା ଏକ ଜମିରେ କ୍ଷତବିକ୍ଷତ ଅବସ୍ଥାରେ କୃଷ୍ଣସାର ମୃଗର ମୃତଦେହ ପଡିରହିଛି । ସେପଟେ ମୃଗଟିର ମୃତ୍ୟୁର କାରଣ ଜଣାପଡିନାହିଁ ।
![କୃଷ୍ଣସାର ମୃଗର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ](https://etvbharatimages.akamaized.net/etvbharat/images/768-512-2830335-257-aa331742-592a-4ee0-a68b-72ccf9bedd42.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
ତେବେ ଉକ୍ତ ବନାଞ୍ଚଳରେ କୁକୁର ଏବଂ କାଉ ମୃଗଟିର ମରଶରୀରକୁ ଭିଣି ଖାଉଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏସମ୍ପର୍କରେ ବନ ବିଭାଗ ପାଖରେ କୌଣସି ସୂଚନା ନାହିଁ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ